ବିଧାନସଭା ମୌସୁମୀ ଅଧିବେଶନର ବାକି ଦୁଇ ଦିନ ଗୃହକୁ ଆସିବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ବିଧାନସଭାକୁ ବୟକଟ୍ କଲେ ବିରୋଧୀ। ବିଜେପି ଆଜି ଗୃହକୁ ବୟକଟ୍ କରିଥିବା ବେଳେ କଂଗ୍ରେସ ଚଳିତ ମୌସୁମୀ ଅଧିବେଶନର ବାକି ଦୁଇ ଦିନ ମଧ୍ୟ ଗୃହକୁ ଆସିବ ନାହିଁ। କଂଗ୍ରେସ ଅଭିଯୋଗ କରିଛି ଯେ ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ ହେଉଛି ଓ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଆଜି ଅପରାହ୍ନ ଅଧିବେଶନରେ ଜମି ହଡପ ନିବାରଣ ବିଲକୁ ବିରୋଧ କରି ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ପରେ […]

vcongressmlas

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 02:37 PM IST

ଭୁବନେଶ୍ୱର: ବିଧାନସଭାକୁ ବୟକଟ୍ କଲେ ବିରୋଧୀ। ବିଜେପି ଆଜି ଗୃହକୁ ବୟକଟ୍ କରିଥିବା ବେଳେ କଂଗ୍ରେସ ଚଳିତ ମୌସୁମୀ ଅଧିବେଶନର ବାକି ଦୁଇ ଦିନ ମଧ୍ୟ ଗୃହକୁ ଆସିବ ନାହିଁ। କଂଗ୍ରେସ ଅଭିଯୋଗ କରିଛି ଯେ ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ ହେଉଛି ଓ ଗଣତନ୍ତ୍ରକୁ ହତ୍ୟା କରାଯାଉଛି।

ଆଜି ଅପରାହ୍ନ ଅଧିବେଶନରେ ଜମି ହଡପ ନିବାରଣ ବିଲକୁ ବିରୋଧ କରି ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ପରେ ବିରୋଧୀ ଦଳ ନେତାଙ୍କ ସହ କଂଗ୍ରେସ ଓ ବିଜେପ ବିଧାୟକମାନେ ବାଚସ୍ପତିଙ୍କ ଟେବୁଲ ତଳେ ଧାରଣାରେ ବସିଥିଲେ। ଏହାସତ୍ତ୍ୱେ ବିଲ୍ ଆଲୋଚନା ଜାରି ରହିବାରୁ ଗୃହକୁ ଏହି ଅଧିବେଶନରେ ବର୍ଜନ କରିବାକୁ ନିଷ୍ପତ୍ତି ନେଇ କକ୍ଷତ୍ୟାଗ କରିଥିଲେ ବିରୋଧୀ। ପରେ ଜମି ହଡ଼ପ ନିବାରଣ ବିଲ ପାସ ହୋଇଥିଲା।

ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଜମି ହଡ଼ପ ନିବାରଣ ବିଲର କିଛି କ୍ଲଜରେ ଦଳ ସଂଶୋଧନ ଚାହୁଁଥିଲା। ତେବେ ସରକାର ଆଦୌ ସେଥିପ୍ରତି ଗୁରୁତ୍ୱ ଦେଲେ ନାହିଁ। ବିଧାନସଭାରେ ସରକାରଙ୍କ ଆଚରଣ ଗଣତନ୍ତ୍ରକୁ ହତ୍ୟା କଲା ସଦୃଶ ହୋଇଛି। ବିରୋଧୀଙ୍କ ହକ୍ ଛଡ଼ାଇ ନିଆଯାଉଛି। କହିବାକୁ ସୁଯୋଗ ଦିଆଯାଉ ନାହିଁ। ତେଣୁ ଚଳିତ ମୌସୁମୀ ଅଧିବେଶନଗୁଡ଼ିକର ବାକି ଦିନଗୁଡ଼ିକରେ ଆଉ ଦଳର ବିଧାୟକମାନେ ଗୃହକୁ ଯିବେ ନାହିଁ।

Related story