ବିନା ବିରୋଧୀରେ ଚାଲିଛି ବିଧାନସଭା, ଗୃହ ବାହାରେ ବିଜେପିର ଧାରଣା

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଦଶମ ଦିନରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ଚାଲିଛି ଗୃହକାର୍ଯ୍ୟ। ଗତକାଲି କଂଗ୍ରେସ ଦଳର ସଦସ୍ୟମାନେ ଗୃହ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ବିଜେପି ମଧ୍ୟ ଅଧିବେଶନକୁ ବର୍ଜନ କରିଛି। ଆସନ୍ତାକାଲି ମୌସୁମୀ ଅଧିବେଶନ ସରୁଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ଗୃହରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଛି ଓ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ବିଜେପିର ସଦସ୍ୟ ମାନେ […]

assembly

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 06:43 AM IST

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଦଶମ ଦିନରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ଚାଲିଛି ଗୃହକାର୍ଯ୍ୟ। ଗତକାଲି କଂଗ୍ରେସ ଦଳର ସଦସ୍ୟମାନେ ଗୃହ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ବିଜେପି ମଧ୍ୟ ଅଧିବେଶନକୁ ବର୍ଜନ କରିଛି। ଆସନ୍ତାକାଲି ମୌସୁମୀ ଅଧିବେଶନ ସରୁଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ଗୃହରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଛି ଓ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ବିଜେପିର ସଦସ୍ୟ ମାନେ ବିଧାନସଭା ଗୃହ ବାହାରେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ସେପଟେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟ ମାନେ ବିଧାନସଭା ପ୍ରସଙ୍ଗ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିବେ। ଗୃହରେ ଗତକାଲି ଅପରାହ୍ନରେ ଜମି ହଡ଼ପ ନିବାରଣ ବିଲକୁ ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିଥିଲେ। ଏହାସତ୍ତ୍ୱେ ବିଲ୍ ଆଲୋଚନା ଜାରି ରହିବାରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ।

Related story