ବିଭିନ୍ନ ସ୍ଥାନରେ ବଜ୍ରପାତ, ୧୭ ମୃତ, ୧୪ ଗୁରୁତର

ଭୁବନେଶ୍ୱର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ବଜ୍ରପାତରେ ଭୁବନେଶ୍ୱର ଉପଖଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରପଦା-ଜଟଣୀ ରାସ୍ତାର ପଞ୍ଚଗାଁ ନିକଟ ଲବଣଗିରି ଜଗନ୍ନାଥ ଆଶ୍ରମରେ ଥିବା ଯଜ୍ଞଗୃହ ଉପରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାମ […]

baripada

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 01:57 PM IST

ଭୁବନେଶ୍ୱର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।

[caption id="attachment_86133" align="alignleft" width="300"] (ଲବଣଗିରି ଜଗନ୍ନାଥ ମନ୍ଦିରରେ ବଜ୍ରପାତ ପରେ ଲାଗିଥିବା ନିଆଁକୁ ଲିଭାଯାଉଛି)[/caption]

ବଜ୍ରପାତରେ ଭୁବନେଶ୍ୱର ଉପଖଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରପଦା-ଜଟଣୀ ରାସ୍ତାର ପଞ୍ଚଗାଁ ନିକଟ ଲବଣଗିରି ଜଗନ୍ନାଥ ଆଶ୍ରମରେ ଥିବା ଯଜ୍ଞଗୃହ ଉପରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାମ ପାତ୍ର (୫୫), ସନ୍ତିଆ ହରିଚନ୍ଦନ (୨୬) ଓ ଟୁଟୁ ଓଝା (୨୨)। ଏମାନେ ସମସ୍ତେ ପଞ୍ଚଗାଁର ଅଧିବାସୀ। ବଜ୍ରପାତରେ ଆହତ ସରୋଜ ସାମନ୍ତରାୟ (୩୦), ସନ୍ତିଆ ବେହେରା (୪୫) ଓ ମିଟୁ (୩୭)ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧଉଳିଗିରି ନିକଟରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଓ କେରଡାଗଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମହାକାଳପଡ଼ାର କରଞ୍ଜ ଗାଁରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟାପାଳ ଗାଁର ଦୁଇଜଣ ଛାତ୍ରୀ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ବଜ୍ରପାତ ଘଟିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ମୋରଡା ବ୍ଲକ ବଡ଼ପେଡା ଗାଁରେ ବଜ୍ରପାତ ଘଟି ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅସ୍ମିତା ହେମ୍ବ୍ରମ ଏବଂ ମାହାଲା ହାଁସଦା। ଏମାନଙ୍କୁ ପ୍ରଥମେ କିସାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବାସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲିର କାଣ୍ଡଗରଡ଼ି ଓ ବିଶ୍ରାମପୁରରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୪ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ହିଞ୍ଜିଳି ବ୍ଲକ ଶିଖରପୁରରେ ଓ ପାଗଳାବାବା ଛକରେ ୨ ଜଣ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି।

ନିରାକାରପୁର ଡିଆ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ନିରାକାରପୁର ତୋଟାପଡାରେ ୬ ଜଣ ଆହତ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ମହୁଲମୂଳ ଗାଁରେ ବଜ୍ରପାତ ଘଟି ୧୧ଟି ଗାଇ ଓ କୋଟିବିରାଡିରେ ୧୦ଟି ଛେଳି ପ୍ରାଣ ହରାଇଛନ୍ତି।

Related story