ବିଜେବି କଲେଜର ଛାତ୍ର ସଂସଦ ନିର୍ବାଚନ ବାତିଲ, ପ୍ରଶାସନକୁ କଲେଜ ହସ୍ତାନ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶୃଙ୍ଖଳା କାରଣରୁ ରାଜଧାନୀରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) କଲେଜର ନିର୍ବାଚନକୁ ବାତିଲ କରିଦିଆଯାଇଛି। ଏହାସହ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଏ ନେଇ କଲେଜ ଅଧ୍ୟକ୍ଷ ମହମ୍ମଦ ନୱାଜ ହାସନଙ୍କ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଲେଜକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ବିଜେବି କଲେଜର ଛାତ୍ରୀ ନିବାସ ଉପରକୁ ବୋମା ମାଡ଼ ହୋଇଥିଲା। ଯାହାଦ୍ୱାରା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଜି ସକାଳେ ଛାତ୍ରୀମାନେ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 11:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶୃଙ୍ଖଳା କାରଣରୁ ରାଜଧାନୀରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) କଲେଜର ନିର୍ବାଚନକୁ ବାତିଲ କରିଦିଆଯାଇଛି। ଏହାସହ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଏ ନେଇ କଲେଜ ଅଧ୍ୟକ୍ଷ ମହମ୍ମଦ ନୱାଜ ହାସନଙ୍କ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଲେଜକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ବିଜେବି କଲେଜର ଛାତ୍ରୀ ନିବାସ ଉପରକୁ ବୋମା ମାଡ଼ ହୋଇଥିଲା। ଯାହାଦ୍ୱାରା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଜି ସକାଳେ ଛାତ୍ରୀମାନେ ହଷ୍ଟେଲ ଛାଡ଼ି ଘରକୁ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ବୋମାମାଡ଼ ଘଟଣା ପରେ କ୍ୟାମ୍ପସରେ ନିଜକୁ ସୁରକ୍ଷା ଦାବି କରି କେତେକ ଛାତ୍ର କଲେଜ ଭିତର ଗେଟ୍‌ରେ ତାଲା ପକାଇ ଦେଇଥିଲେ।

Related story