ହେଲିକପ୍ଟରରେ ଅନୁଭବ ପ୍ରଚାର କରିବା ଆଚରଣବିଧି ଉଲ୍ଲଂଘନ କରୁଛି: ବିଜେପି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଅଭିଯୋଗ କରି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ନିର୍ବାଚନରେ ରାଜ୍ୟ ସରକାର ହେଲିକପ୍ଟର ବ୍ୟବହାର କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ଅଭିଯୋଗ ଆଣିଛି। ବିଜେଡିର ଷ୍ଟାର ପ୍ରଚାରକ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହେଲିକପ୍ଟରରେ ବିଭିନ୍ନ ସ୍ଥାନ ବୁଲି ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଉଦ୍ଦିଷ୍ଟ ଏହି ହେଲିକପ୍ଟରରେ ଦଳୀୟ ପ୍ରଚାର ଚାଲିଥିବା ବେଳେ ପ୍ରକୃତରେ ଏହି ହେଲିକପ୍ଟର […]

bjp

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 05:30 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଅଭିଯୋଗ କରି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ନିର୍ବାଚନରେ ରାଜ୍ୟ ସରକାର ହେଲିକପ୍ଟର ବ୍ୟବହାର କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ଅଭିଯୋଗ ଆଣିଛି।

ବିଜେଡିର ଷ୍ଟାର ପ୍ରଚାରକ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହେଲିକପ୍ଟରରେ ବିଭିନ୍ନ ସ୍ଥାନ ବୁଲି ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଉଦ୍ଦିଷ୍ଟ ଏହି ହେଲିକପ୍ଟରରେ ଦଳୀୟ ପ୍ରଚାର ଚାଲିଥିବା ବେଳେ ପ୍ରକୃତରେ ଏହି ହେଲିକପ୍ଟର କାହାର ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏହି ଅଭିଯୋଗ କରିଛନ୍ତି।

ସଜ୍ଜନ କହିଛନ୍ତି,“ରାଜ୍ୟର ଅର୍ଥ ଓ ସମ୍ବଳକୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରି ନିର୍ବାଚନ ପ୍ରଚାର କରିବା ଆଦର୍ଶ ଆଚରଣବିଧିର ଉଲ୍ଲଂଘନ କରୁଛି।”

ଅନ୍ୟପକ୍ଷରେ ବିଜେଡି ବିଜେପି ବିରୋଧରେ ପଲଟା ଅଭିଯୋଗ କରିଛି। ନିର୍ବାଚନୀ ସଭାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିରୋଧରେ ତଦନ୍ତ କମିଶନ ବସାଇବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ବୋଲି ଦଳ ଅଭିଯୋଗ କରିଛି। ଏହାବାଦ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ନମ୍ବର ବିହୀନ ଗାଡିରେ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଆଣି ବଣ୍ଟାଯାଉଛି। ନିଆଳି ଓ ବାଣପୁରରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଦଳ ଅଭିଯୋଗ କରିଛି।

Related story