ବିଜେଡି ବିଧାୟକ-ଅପରାଧୀ ଲିଙ୍କ୍‌ ଅଭିଯୋଗର ଅନୁସନ୍ଧାନ ଠିକରେ ହେଉନାହିଁ: ନରସିଂହ ମିଶ୍ର

କଟକ: ବିଜେଡି ବିଧାୟକ ଓ ଅପରାଧୀଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। କଟକ ଟାଉନ ହଲ୍‌ରେ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ ଅବସରରେ ସେ ଏଭଳି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “କଟକର ଜଣେ ବିଧାୟକଙ୍କ ବିରୋଧରେ ଡି’ ଲିଙ୍କ ଅଭିଯୋଗ ଆସିଛି। ଏହାସହ ଆଉ ଜଣେ ବିଧାୟକଙ୍କ ଚିଟ୍‌ଫଣ୍ଡ ସମ୍ପୃକ୍ତି ଅଭିଯୋଗ ଆସୁଛି। ଯଦି ଏହା ସତ୍ୟ ହୋଇଥିବ ତେବେ ସଂଘାତିକ କଥା। […]

narshingha

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 10:09 AM IST

କଟକ: ବିଜେଡି ବିଧାୟକ ଓ ଅପରାଧୀଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। କଟକ ଟାଉନ ହଲ୍‌ରେ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ ଅବସରରେ ସେ ଏଭଳି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “କଟକର ଜଣେ ବିଧାୟକଙ୍କ ବିରୋଧରେ ଡି’ ଲିଙ୍କ ଅଭିଯୋଗ ଆସିଛି। ଏହାସହ ଆଉ ଜଣେ ବିଧାୟକଙ୍କ ଚିଟ୍‌ଫଣ୍ଡ ସମ୍ପୃକ୍ତି ଅଭିଯୋଗ ଆସୁଛି। ଯଦି ଏହା ସତ୍ୟ ହୋଇଥିବ ତେବେ ସଂଘାତିକ କଥା। ଏଭଳି ଗୁରୁତର ଅଭିଯୋଗର ଯେଭଳି ଭାବରେ ଅନୁସନ୍ଧାନ ହେବା କଥା ହେଉନାହିଁ।”

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ଅପରାଧୀଙ୍କ ସମ୍ପୃକ୍ତି ନେଇ ରାଜ୍ୟ ସରକାରଙ୍କ ନୀତି ସ୍ପଷ୍ଟ ରହିଛି। ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ପ୍ରମାଣ ଦିଅନ୍ତୁ। ସରକାର କାହା ପ୍ରତି କୋହଳ ମନୋଭାବ ପୋଷଣ କରିବେ ନାହିଁ। ଆଜି ପୋଲିସ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏ କଥା ସ୍ପଷ୍ଟ ଭାବେ କହିଛନ୍ତି।”

Related story