ବିଜେଡି ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରର ଗଙ୍ଗନଗରପଲ୍ଲୀରୁ ମୁଖ୍ୟମନ୍ତ୍ରୀ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ସେ ୧୦୦ ମିଟର ଚାଲି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ତା’ପରେ ଗଙ୍ଗନଗରପଲ୍ଲୀରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ। ଏହି ସଭାରେ ସେ କହିଥିଲେ ଯେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। […]

naveen

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 05:34 AM IST

ଭୁବନେଶ୍ୱର: ଆଜି ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରର ଗଙ୍ଗନଗରପଲ୍ଲୀରୁ ମୁଖ୍ୟମନ୍ତ୍ରୀ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ସେ ୧୦୦ ମିଟର ଚାଲି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ତା’ପରେ ଗଙ୍ଗନଗରପଲ୍ଲୀରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ। ଏହି ସଭାରେ ସେ କହିଥିଲେ ଯେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ନେଇ ଗାଁରୁ ବସ୍ତି ଯାଏଁ ଯିବ ଏହି ପଦଯାତ୍ରା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ସଫଳତା ସଂପର୍କରେ କହିଥିଲେ। ସେ କହିଥିଲେ ଯେ ଗରିବଙ୍କ ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପଛୁଆ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବାଳିକା ଓ ମହିଳାଙ୍କ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେମାନଙ୍କ ପାଇଁ ନୂଆ ନୀତି ପ୍ରଣୟନ କରାଯାଇଛି। ପଞ୍ଚାୟତଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।

ନିଜ ସରକାରଙ୍କ ସଫଳତା ସଂପର୍କରେ କହିବା ସହିତ କେନ୍ଦ୍ର ସରକାରଙ୍କ ଅବହେଳା କଥା ବି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ, ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ବନ୍ଦ କରି ଦେଇଛନ୍ତି। ଏପରିକି ପଛୁଆ ଅଞ୍ଚଳ ସହିତ ଜଡ଼ିତ କିଛି ଯୋଜନାରେ ବି କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରି ଦେଇଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବାରୁ ମଧ୍ୟ ବାଦ୍ ଦେଇ ନାହାନ୍ତି କେନ୍ଦ୍ର ସରକାର। କିନ୍ତୁ ଏହି ସବୁ ଯୋଜନାଗୁଡ଼ିକୁ ରାଜ୍ୟ ସରକାର ବନ୍ଦ ହେବାକୁ ଦେବେ ନାହିଁ। ରାଜ୍ୟ ସରକାର ନିଜ ପାଣ୍ଠିରୁ ଏଥିପାଇଁ ଖର୍ଚ୍ଚ କରିବେ।

ଏହି ଅବସରରେ ସେ ଦଳୀୟ ନେତା ଓ କର୍ମୀଙ୍କୁ ବି ଉପଦେଶ ଦେଇଥିଲେ। ସେ କହିଥିଲେ ଯେ ଲୋକମାନଙ୍କର ବିଜେଡି ଓ ରାଜ୍ୟ ସରକାରଙ୍କ ଉପରେ ଭରସା ରହିଛି। ଦଳୀୟ କର୍ମୀମାନେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସେହି ଭରସାକୁ ବଜାୟ ରଖନ୍ତୁ। ସେମାନଙ୍କ ସମସ୍ୟା ସଂପର୍କରେ ଜାଣନ୍ତୁ। ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି ଓ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଜେଡି ସରକାରର ସଫଳତା ଓ ନିର୍ବାଚନ ପ୍ରତିଶ୍ରୁତି ପୂରଣ ସଂପର୍କରେ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ଏହି ଜନସଂପର୍କ ପଦଯାତ୍ରା। ଓ ଏହି ପଦଯାତ୍ରାରେ ଦଳ କେନ୍ଦ୍ର ସରକାରଙ୍କ ଅବହେଳାକୁ ବି ଲୋକଙ୍କ ପାଖରେ ପହଞ୍ଚାଇବ। ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚାଲିବ ଏହି ପଦଯାତ୍ରା। ରାଜ୍ୟର ସମସ୍ତ ୩୨ଟି ସାଂଗଠନିକ ଜିଲ୍ଲାରେ ଏହି ପଦଯାତ୍ରା ଚାଲିବ। ଏଥିପାଇଁ ୩୨ ଜଣ ପର୍ଯ୍ୟବେକ୍ଷକଙ୍କ ସେମତ ୧୨୧ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି।

Related story