ହୁସିଆର ଅମିତ ଶାହା! ଓଡ଼ିଶା ଆସିଲେ ଅଣ୍ଡାମାଡ଼ ହେବାର ଚାନ୍ସ ଅଛି: ଯୁବ ବିଜେଡି

ରାୟଗଡ଼ା: ଓଡ଼ିଶା ଗସ୍ତରେ ଆସୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରକୁ ଅଣ୍ଡା ମାଡ଼ ହେବାର ଚାନ୍ସ ରହିଛି। ଆଜି ରାୟଗଡ଼ାରେ ବିଜୁ ଜନତା ଦଳର ଦକ୍ଷିଣ ଓଡ଼ିଶା ଯୁବ ସମ୍ମିଳନୀ ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଇ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏହା କହିଛନ୍ତି। ସେ କହିଛନ୍ତି,-“ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବହୁ ଦିନରୁ ଦାବି ହୋଇଆସୁଛୁ। ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। […]

bjd

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 11:19 PM IST

ରାୟଗଡ଼ା: ଓଡ଼ିଶା ଗସ୍ତରେ ଆସୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରକୁ ଅଣ୍ଡା ମାଡ଼ ହେବାର ଚାନ୍ସ ରହିଛି। ଆଜି ରାୟଗଡ଼ାରେ ବିଜୁ ଜନତା ଦଳର ଦକ୍ଷିଣ ଓଡ଼ିଶା ଯୁବ ସମ୍ମିଳନୀ ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଇ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି,-“ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବହୁ ଦିନରୁ ଦାବି ହୋଇଆସୁଛୁ। ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂହ ଓଡ଼ିଶା ଆସି ପ୍ରଚୁର ଅର୍ଥ ମିଳୁଛି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ଆବଶ୍ୟତା ନାହିଁ ବୋଲି କହିଥିଲେ। ଏହା ଅତ୍ୟାନ୍ତ ଦୁର୍ଭାଗ୍ୟ ଜନକ। ଏହାକୁ ଆମେ ବିରୋଧ କରୁଛୁ। ଆଗାମୀ ଦିନରେ ଅମିତ ଶାହା ଓଡ଼ିଶା ଆସିଲେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରାଯିବାର ସମ୍ଭାବନା ରହିଛି।”

ଏହାର ଜବାବ ରଖିଛି ବିଜେପି। ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି,“ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ପଞ୍ଚାୟତ ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାକ୍ଷାନ କରିଛନ୍ତି। ନିର୍ବାଚନରେ ହାରିବା ପରେ ରକ୍ତମୁଖା ହୋଇଛି ବିଜେଡି। ବିଜେପି ତାଙ୍କ ଧମକରେ ଡରି ଯିବନାହିଁ। ଓଡ଼ିଶାର ହକ୍‌ ପାଇଁ ଲଢେଇ ଲଢ଼ିବ। ବିଜେଡି ପୋଲିସ ପ୍ରୋତ୍ସାହନରେ ଅଣ୍ଡା ମାଡ଼ କରୁଛି।”

Related story