ବିଜେଡି ନେତାଙ୍କୁ ମାଓନେତା ବେଣୁର ହତ୍ୟା ଧମକ

ମାଲକାନଗିରି: ଆଦିବାସୀମାନଙ୍କୁ ମାଓ ସମର୍ଥକ ନାଁରେ ଜୋରଜବରଦସ୍ତ ଆତ୍ମସମର୍ପଣ ଓ ମିଥ୍ୟା ଏନ୍‌କାଉଣ୍ଟର ଆଦି ବନ୍ଦ ନ ହେଲେ କ୍ଷମତାସୀନ ବିଜେଡି ନେତାଙ୍କୁ ହତ୍ୟା କରାଯିବ ବୋଲି ସୋମବାର ଏକ ଅଡିଓ ଟେପ୍ ଜାରି କରି ଧମକ ଦେଇଛି ମାଓନେତା ବେଣୁ। ସେ କହିଛି,“ସିପିଆଇ ମାଓବାଦୀଙ୍କ ନେତୃତ୍ୱରେ ଚାଲିଥିବା ବିପ୍ଳବୀ ଆନ୍ଦୋଳନକୁ ସରକାର ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏଥିପାଇଁ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ସହିତ ମିଶି କମ୍ୱିଂ କରୁଛନ୍ତି। ବିଭିନ୍ନ ସ୍ଥାନରେ ବିପ୍ଳବୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। […]

maoist-

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 08:26 AM IST

ମାଲକାନଗିରି: ଆଦିବାସୀମାନଙ୍କୁ ମାଓ ସମର୍ଥକ ନାଁରେ ଜୋରଜବରଦସ୍ତ ଆତ୍ମସମର୍ପଣ ଓ ମିଥ୍ୟା ଏନ୍‌କାଉଣ୍ଟର ଆଦି ବନ୍ଦ ନ ହେଲେ କ୍ଷମତାସୀନ ବିଜେଡି ନେତାଙ୍କୁ ହତ୍ୟା କରାଯିବ ବୋଲି ସୋମବାର ଏକ ଅଡିଓ ଟେପ୍ ଜାରି କରି ଧମକ ଦେଇଛି ମାଓନେତା ବେଣୁ।

ସେ କହିଛି,“ସିପିଆଇ ମାଓବାଦୀଙ୍କ ନେତୃତ୍ୱରେ ଚାଲିଥିବା ବିପ୍ଳବୀ ଆନ୍ଦୋଳନକୁ ସରକାର ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏଥିପାଇଁ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ସହିତ ମିଶି କମ୍ୱିଂ କରୁଛନ୍ତି। ବିଭିନ୍ନ ସ୍ଥାନରେ ବିପ୍ଳବୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ମିଳିତ ସେନା ମାଓବାଦୀ ନାଁରେ ମିଥ୍ୟା ଏନ୍‌କାଉଣ୍ଟର୍ କରୁଛି ଓ ମହିଳାଙ୍କ ଉପରେ ଅତ୍ୟାଚାର କରୁଛି। ସେହିପରି ଆଦିବାସୀମାନଙ୍କୁ ମାଓ ସମର୍ଥକ କହି ଜୋରଜବରଦସ୍ତି ଆତ୍ମସମର୍ପଣ କରାଉଛନ୍ତି। ଆଉ ଏପରି କରି ମାଓ ସଙ୍ଗଠନ ଦୁର୍ବଳ ହେଉଛି ବୋଲି ମିଥ୍ୟା ପ୍ରଚାର କରୁଛନ୍ତି ଓ ଏହାକୁ ଏକ ଅଭିଯାନରେ ପରିଣତ କରି ଦେଇଛନ୍ତି।”

ବେଣୁ କହିଛି,“ପୋଲିସ୍‌ର ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ମାଓବାଦୀମାନେ ବିପ୍ଳବୀ ଲଢ଼େଇକୁ ଆଗେଇ ନେଉଛନ୍ତି। ଏହି ବାସ୍ତବ ପରିସ୍ଥିତିକୁ ସହି ନ ପାରି ପୋଲିସ୍ ଓ ପୋଲିସ୍‌ ଇନଫରମର ମାନେ ଏକ ସଶସ୍ତ୍ର ଗୋଷ୍ଠୀ ଗଠନ କରି ବିପ୍ଳବୀ ସମର୍ଥକ ଓ ଜନସାଧାରଣଙ୍କୁ ହତ୍ୟା କରୁଛନ୍ତି ଓ ଆତଙ୍କ ସୃଷ୍ଟି କରୁଛନ୍ତି। ବିପ୍ଳବୀଙ୍କ ଆନ୍ଦୋଳନକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।  କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ତେନ୍ତୁଳିଗୁମ୍ମାର ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନଙ୍କୁ ଗତ ମାର୍ଚ୍ଚ   ୧୨ ତାରିଖରେ ପୋଲିସ୍ ଓ ପୋଲିସ୍ ଇନଫରମ୍‌ରଙ୍କ ଏକ ଗୋଷ୍ଠୀ ଛଦ୍ମ ବେଶରେ ଗୁଳି କରି ହତ୍ୟା କରିଥିଲେ ଓ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅପପ୍ରଚାର କରିଥିଲେ। ସେହିପରି ମାଣ୍ଡିଆଜରା ଗାଁର ବିଭୁକୁ ପୋଲିସ୍ ହତ୍ୟା କରି ଅଜଣା ବ୍ୟକ୍ତି ଭାବେ ଘୋଷଣା କରିଥିଲା। ମାଲକାନଗିରି ଜିଲ୍ଲା କୁଡୁଲକୁମା ବ୍ଲକ୍ ସିନ୍ଧେଇ ଗାଁର ଜୟରାମକୁ ଏପ୍ରିଲ୍‌ ୬ରେ ଜଲାପୁଟରେ ପୋଲିସ୍  ହତ୍ୟା କରି ଥିଲେ ଏବଂ ମାଓବାଦୀମାନେ ହତ୍ୟା କରିଥାଇପାରନ୍ତି ବୋଲି ପ୍ରଚାର କରିଥିଲେ।”

ସେ କହିଛି,“ପୋଲିସର ଏହି ଜୁଲମ୍‌କୁ ସାଧାରଣ ଲୋକ ନିନ୍ଦା କରିବାକୁ ଆମେ ଆହ୍ୱାନ କରୁଛୁ। ସରକାର ପୋଲିସର ଏହି କାର୍ଯ୍ୟକୁ ପ୍ରତିରୋଧ କରନ୍ତୁ। କ୍ଷମତାସୀନ ବିଜେଡି ନେତା ଏହି ଦାୟିତ୍ୱ ନେବା ଆବଶ୍ୟକ। ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବିଜେଡି ନେତାମାନଙ୍କୁ ଯେଉଁଠି ପାଇବୁ ସେଇଠି ମାରିବୁ।”

Related story