ବିଜେଡି ପଦଯାତ୍ରାରେ ବିଶୃଙ୍ଖଳା ଅଭିଯୋଗ: ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ପଦଯାତ୍ରାରେ ବିଶୃଙ୍ଖଳା ଅଭିଯୋଗ ନେଇ ପର୍ଯ୍ୟବେକ୍ଷକଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। କେତେ ସଫଳ ହେଲା ଜନସଂପର୍କ ପଦଯାତ୍ରା? କେଉଁଠି ରହିଲା ତ୍ରୁଟି? କିଛି ଜାଗାରେ କାହିଁକି ହେଲା ବିଶୃଙ୍ଖଳା? ପଦଯାତ୍ରା ସରିବା ପରେ ଏସବୁର ଜବାବ ପ୍ରସ୍ତୁତ କରି ପର୍ଯ୍ୟବେକ୍ଷକମାନେ ଦେବେ ରିପୋର୍ଟ। ୩୨ଟି ସାଂଗଠନିକ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ଦେବେ ରିପୋର୍ଟ। ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିଲା ଜନସଂପର୍କ ପଦଯାତ୍ରା। ରାଜ୍ୟ ସରକାରଙ୍କ […]

Naveen

Rakesh Mallick
  • Published: Wednesday, 07 October 2015
  • , Updated: 07 October 2015, 03:10 PM IST

ଭୁବନେଶ୍ୱର: ବିଜେଡି ପଦଯାତ୍ରାରେ ବିଶୃଙ୍ଖଳା ଅଭିଯୋଗ ନେଇ ପର୍ଯ୍ୟବେକ୍ଷକଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। କେତେ ସଫଳ ହେଲା ଜନସଂପର୍କ ପଦଯାତ୍ରା? କେଉଁଠି ରହିଲା ତ୍ରୁଟି? କିଛି ଜାଗାରେ କାହିଁକି ହେଲା ବିଶୃଙ୍ଖଳା? ପଦଯାତ୍ରା ସରିବା ପରେ ଏସବୁର ଜବାବ ପ୍ରସ୍ତୁତ କରି ପର୍ଯ୍ୟବେକ୍ଷକମାନେ ଦେବେ ରିପୋର୍ଟ। ୩୨ଟି ସାଂଗଠନିକ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ଦେବେ ରିପୋର୍ଟ।

ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିଲା ଜନସଂପର୍କ ପଦଯାତ୍ରା। ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରି ଦଳ କରୁଛି ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୧୧ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ। ତେବେ ପଦଯାତ୍ରାର ୫ ଦିନ ମଧ୍ୟରେ କିଛି ବିଶୃଙ୍ଖଳା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ବି ହୋଇଛି ଅଭିଯୋଗ। ଜନସଂପର୍କ ପଦଯାତ୍ରା ବେଳେ ଭବାନୀପାଟାଣାରେ ମନ୍ତ୍ରୀଙ୍କୁ କଳାପତକା ପ୍ରଦର୍ଶନ କରାଯାଇଥିଲା। ଜଗସିଂହପୁରରେ ବରିଷ୍ଠ-କନିଷ୍ଠ ନେତାଙ୍କ ମଧ୍ୟରେ ଦେଖାଯାଇଥିଲା ମତାନ୍ତର। ମାଲାକାନାଗିରି ଓ ସମ୍ୱଲପୁରରୁ ବି ଆସିଛି ସମାନ ଅଭିଯୋଗ। ଏସବୁ ଅଭିଯୋଗ ପାଇବା ପରେ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା କହିଛନ୍ତି ଯେ ପଦଯାତ୍ରା ସଂପର୍କିତ ସବିଶେଷ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଦଯାତ୍ରା ସରିବା ପରେ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟ ଦେବେ।

ଅନ୍ୟପକ୍ଷରେ ରାଜ୍ୟରେ ମରୁଡି ସ୍ଥିତି ବେଳେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,  ରାଜ୍ୟ ମରୁଡି ପରିସ୍ଥିତି ସହ ଯୁଝୁଥିବା ବେଳେ ପଦଯାତ୍ରା ଲୋକଙ୍କ ପ୍ରତି ପ୍ରବଞ୍ଚନା। ପଦଯାତ୍ରା ବେଳେ ହେଲିକପ୍ଟର ବ୍ୟବହାରକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ବିଜେଡି ଯେଉଁ ଜନସଂପର୍କ ପଦଯାତ୍ରା କରୁଛି ତାହାର କିଛି ମୂଲ୍ୟ ନାହିଁ। ପଦଯାତ୍ରାରେ ନାଁରେ ଉପଭୋଗ କରୁଛନ୍ତି। ହେଲିକପ୍ଟରରେ ଯାଉଛନ୍ତି ପଦଯାତ୍ରା କରିବାକୁ। ଗୋପବନ୍ଧୁ କ’ଣ ହେଲିକପ୍ଟରରେ ପଦଯାତ୍ରା କରୁଥିଲେ। ବିଜେଡି ନେତା ଓ କର୍ମୀ ନିଜ ନିଜ ଭିତରେ ମାରପିଟ୍ ହେଉଛନ୍ତି। କଂଗ୍ରେସର ସେଥିରେ କିଛି ନେଣଦେଣ ନାହିଁ। ଏ ନେଇ ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି ଯେ ଏଥିରେ କିଛି ଅସୁବିଧା ନାହିଁ। ଲୋକଙ୍କ କାମରେ ହେଲିକପ୍ଟର ବ୍ୟବହାର କରାଯାଉଛି। ବିରୋଧୀଙ୍କ କାମ ବିରୋଧ କରିବା। ସେମାନଙ୍କ କଥାକୁ ଧରି ବସିଲେ ରାଜନୀତି କରି ହେବ ନାହିଁ।

ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ପଦଯାତ୍ରା କରୁଥିବା ବେଳେ କଂଗ୍ରେସ ଆସନ୍ତା ୧୪ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ପଦଯାତ୍ରା କରିବ।

Related story