ବିଜେଡିର ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର: ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତିବାଦ କରି ଆଜି ଦଳ ପକ୍ଷରୁ ୧୨ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ଫଳରେ  ଦୋକାନ ବଜାର ବନ୍ଦ ରହିଛି। ବାପାଙ୍କୁ  ଚାକିରି ଦେବାକୁ କହି ଜଣେ ଯୁବତୀଙ୍କ  ସହ  ହ୍ୱାଟ୍ସଆପ୍‌ରେ  ତାଳଚେର  ବିଜେଡି  ବିଧାୟକ ବ୍ରଜ କିଶୋର ପ୍ରଧାନ ଚାଟିଂ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ  ଗତକାଲି ଏନେଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ବିଜେପି ମଧ୍ୟ ଅନୁରୂପ ଦାବି […]

talcher

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 12:46 PM IST

ତାଳଚେର: ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତିବାଦ କରି ଆଜି ଦଳ ପକ୍ଷରୁ ୧୨ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ଫଳରେ  ଦୋକାନ ବଜାର ବନ୍ଦ ରହିଛି।

ବାପାଙ୍କୁ  ଚାକିରି ଦେବାକୁ କହି ଜଣେ ଯୁବତୀଙ୍କ  ସହ  ହ୍ୱାଟ୍ସଆପ୍‌ରେ  ତାଳଚେର  ବିଜେଡି  ବିଧାୟକ ବ୍ରଜ କିଶୋର ପ୍ରଧାନ ଚାଟିଂ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ  ଗତକାଲି ଏନେଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ବିଜେପି ମଧ୍ୟ ଅନୁରୂପ ଦାବି କରିଥିଲା।

ତାଳଚେର ବିଜେଡି ବ୍ଲକ ସଭାପତି ନିରଞ୍ଜନ ପ୍ରଧାନ କହିଛନ୍ତି, “ବିଧାୟକଙ୍କ ନାଁରେ ଆସିଥିବା ଅଭିଯୋଗକୁ ପ୍ରତିବାଦ କରି ଆଜି ତାଳଚେର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏନ୍‌ଏଚ୍ ଓ ମେଡିକାଲକୁ ଛାଡି ଆଉ ସବୁ ବନ୍ଦ କରାଯାଇଛି। ବିଧାୟକଙ୍କ ଲୋକ ପ୍ରିୟତାକୁ ନେଇ ବିଜେପି ଏପରି କାମ କରିଥିବା ଅନୁମାନ କରୁଛୁ।”

Related story