ମୟୂରଭଞ୍ଜରେ ବିଜେଡିର ପରାଜୟ ପାଇଁ ଗୋଷ୍ଠୀ କନ୍ଦଳ ଦାୟୀ: ଉତ୍ତମ ମହାନ୍ତି

ଭୁବନେଶ୍ୱର: ମୟୂରଭଞ୍ଜରେ ବିଜେଡିର ପରାଜୟ ପାଇଁ ଗୋଷ୍ଠୀ କନ୍ଦଳ ଦାୟୀ।  ବିଜେଡି-ବିଜେଡି ଲଢ଼େଇର ଫାଇଦା ବିଜେପି ନେଲା। ଆଜି ବିଜେଡିର ଷ୍ଟାର ପ୍ରଚାରକ  ଉତ୍ତମ ମହାନ୍ତି ଏହା କହିଛନ୍ତି। ସେ କହିଛନ୍ତି,“ମୋତେ ଦଳରେ ଅଣଦେଖା କରାଗଲା। ବିଜେଡି ଦଳରରେ ନେତାଙ୍କ ଭିତରେ ମତ ମତାନ୍ତର ରହିଛି। ତାକୁ ସୁଧାରିବା ପାଇଁ ବର୍ଷକ ପୂର୍ବରୁ ଯଦି କାମ କରିଥାନ୍ତି ନିଶ୍ଚିନ୍ତ ଭାବରେ କିଛି ଫଳ ମିଳିଥାନ୍ତା। ବହୁତ କମ୍‌ ସମୟରେ କିଛି କରିବା ସମ୍ଭବ ନୁହେଁ।” ସେ ଆହୁରି […]

uttammohanty

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 06:55 PM IST

ଭୁବନେଶ୍ୱର: ମୟୂରଭଞ୍ଜରେ ବିଜେଡିର ପରାଜୟ ପାଇଁ ଗୋଷ୍ଠୀ କନ୍ଦଳ ଦାୟୀ।  ବିଜେଡି-ବିଜେଡି ଲଢ଼େଇର ଫାଇଦା ବିଜେପି ନେଲା। ଆଜି ବିଜେଡିର ଷ୍ଟାର ପ୍ରଚାରକ  ଉତ୍ତମ ମହାନ୍ତି ଏହା କହିଛନ୍ତି।

ସେ କହିଛନ୍ତି,“ମୋତେ ଦଳରେ ଅଣଦେଖା କରାଗଲା। ବିଜେଡି ଦଳରରେ ନେତାଙ୍କ ଭିତରେ ମତ ମତାନ୍ତର ରହିଛି। ତାକୁ ସୁଧାରିବା ପାଇଁ ବର୍ଷକ ପୂର୍ବରୁ ଯଦି କାମ କରିଥାନ୍ତି ନିଶ୍ଚିନ୍ତ ଭାବରେ କିଛି ଫଳ ମିଳିଥାନ୍ତା। ବହୁତ କମ୍‌ ସମୟରେ କିଛି କରିବା ସମ୍ଭବ ନୁହେଁ।”

ସେ ଆହୁରି କହିଛନ୍ତି,“ମୟୂରଭଞ୍ଜରେ ବିଜେଡି-ବିଜେପି ଟକ୍କର ହୋଇନାହିଁ। ଏହା ବିଜେଡି-ବିଜେଡି ଟକ୍କର ହୋଇଛି। ଯେଉଁମାନେ ବିଜେଡିରେ ଟିକେଟ ପାଇ ନାହାନ୍ତି  ସେମାନେ ବିଜେପିରେ ଠିଆ ହୋଇ ଜିତିଛନ୍ତି। ମୟୂରଭଞ୍ଜରେ ଦଳ ଆଗକୁ ଆହୁରି ଅଧିକ ଖରାପ କରିବ। ଦଳର ପରାଜୟ ପାଇଁ ତଥାକଥିତ ସ୍ଥାନୀୟ ନେତା ଦାୟୀ।”

Related story