୧୪ ଜିଲ୍ଲାରେ ବିଜେଡି, ୮ରେ ବିଜେପି ଗଠନ କରିବ ଜିଲ୍ଲା ପରିଷଦ

ଭୁବନେଶ୍ୱର: ଗତକାଲି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ୨୩ଟି ଜିଲ୍ଲାରେ କେଉଁ ଦଳ ଜିଲ୍ଲା ପରିଷଦ ଗଠନ କରିବେ ତା’ର ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଅନୌପଚାରିକ ଫଳାଫଳ ଅନୁଯାୟୀ ବିଜେଡି ୧୪ଟି ଜିଲ୍ଲାରେ, ବିଜେପି ୮ଟିରେ ଓ କଂଗ୍ରେସ ଗୋଟିଏ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବା ସ୍ଥିତିରେ ରହିଛି। ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, ନୂଆପଡ଼ା, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ […]

BJD-BJP

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 11:10 AM IST

ଭୁବନେଶ୍ୱର: ଗତକାଲି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ୨୩ଟି ଜିଲ୍ଲାରେ କେଉଁ ଦଳ ଜିଲ୍ଲା ପରିଷଦ ଗଠନ କରିବେ ତା’ର ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଅନୌପଚାରିକ ଫଳାଫଳ ଅନୁଯାୟୀ ବିଜେଡି ୧୪ଟି ଜିଲ୍ଲାରେ, ବିଜେପି ୮ଟିରେ ଓ କଂଗ୍ରେସ ଗୋଟିଏ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବା ସ୍ଥିତିରେ ରହିଛି।

ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, ନୂଆପଡ଼ା, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଓ ପୁରୀରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି।

ବଲାଙ୍ଗିର, ବରଗଡ଼, ଦେବଗଡ଼, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କରିବା ନିଶ୍ଚିତ ହୋଇଯାଇଛି।

କଂଗ୍ରେସ କେବଳ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ।

ବାକି ୭ଟି ଜିଲ୍ଲାରେ ଚିତ୍ର ଅସ୍ପଷ୍ଟ ରହିଛି। ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ ପରେ ଏହି ସବୁ ଜିଲ୍ଲାରେ କେଉଁ ଦଳ ଜିଲ୍ଲା ପରିଷଦ ଗଠନ କରିବେ ତାହା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Related story