ବିଜେପୁରରେ ପିସି କାରବାର ଚାଲିଥିବା ଅଭିଯୋଗ ଆଣିଲା ବିଜେପି

Ordigital Desk
  • Published: Monday, 23 October 2017
  • , Updated: 23 October 2017, 12:03 PM IST
<p>ବରଗଡ଼: ବିଜେପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ସେଠାରେ ପିସି କାରବାର ହେଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।</p> <p>ପ୍ରଦୀପ ପୁରୋହିତ କହିଛନ୍ତି,&ldquo;ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପିସି କାରବାର ବନ୍ଦ କରାଯିବା କଥା କହୁଥିବା ବେଳେ ବିଜେପୁରରେ ବିଭିନ୍ନ ବିକାଶମୂଳକ କାମରେ ପିସି କାରବାର ହେଉଛି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରପାଲି, ବିଜେପୁର ଓ ଗାଇସିଲଟ ବ୍ଲକକୁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ପ୍ରଦାନ କରୁଛନ୍ତି।&nbsp; କିନ୍ତୁ ସେଥିରୁ ୨୦ରୁ ୨୨ ପ୍ରତିଶତ ଅର୍ଥ ପିସି ବାବଦରେ କଟାଯାଉଛି। ସାହସ ଥିଲେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କରନ୍ତୁ।&rdquo;</p>

Related story