ଧାମରା ବନ୍ଦରରେ ପଶିଲା ରାଜନୀତି: ପୋଷ୍ଟର ଚିରାକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

Ordigital Desk
• Published: Saturday, 08 July 2017
• , Updated: 08 July 2017, 02:17 PM IST

ଭଦ୍ରକ: ଭଦ୍ରକ ଧାମରା ବନ୍ଦର ପରିସରରେ ବୃହତ ପ୍ରାକୃତିକ ଗ୍ୟାସ ଟର୍ମିନାଲର ହେଲା ଭୂମିପୂଜା। ୧୦ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲର ଭୂମି ପୂଜନ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏହି ଉତ୍ସବରେ ଯୋଗ ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ଏହି ଉତ୍ସବକୁ ନେଇ ରାଜନୀତି ଜୋର ଧରିଛି।

[vc_video link="" align="center"]

ସେହିପରି ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବର୍ଜନ କରିଛି। ବିଜେଡି କହିଛି,“ ସରକାରୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଆସିଥିଲା ଓ ସେ ଯୋଗ ଦେବାକୁ ସମ୍ମତି ଦେଇଥିଲେ। ତେବେ କାର୍ଯ୍ୟକ୍ରମରେ ରାଜନୀତି ପଶିବା ଅନୁଭବ କରିବାରୁ ମୁଖ୍ୟମନ୍ତ୍ରୀ ସେଠାକୁ ଗଲେ ନାହିଁ।”

ଏଥିସହ ଭୂମିପୂଜା କାର୍ଯ୍ୟକ୍ରମ ପୂର୍ବରୁ ଜୋର ଧରିଥିଲା ପୋଷ୍ଟର ଚିରା ରାଜନୀତି। ଧାମରାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କିଛି ପୋଷ୍ଟର ଚିରା ଯାଇଥିବା ନେଇ ବିଜେଡି ଅଭିଯୋଗ କରିଛି।

ବିଜେପି କହିଛି,“ପୋଷ୍ଟର ଚିରା ଉପରେ ତାଙ୍କ ଦଳ ଗୁରୁତ୍ୱ ଦିଏ ନାହିଁ, ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ।”

Related story