ନିର୍ବାଚନରେ ବିଜେଡି ଓ ବିଜେପି କଳା ଟଙ୍କା ବିଛାଇଛନ୍ତି: ପ୍ରସାଦ

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ପାଇଁ  ବିଜେଡି ଓ ବିଜେପି କଳା ଟଙ୍କା ବିଛାଇଛନ୍ତି। କିନ୍ତୁ ନିର୍ବାଚନ କମିଶନ ନିରବ ହୋଇ ବସିଲେ। ବିଜେଡିର ସରକାରୀ କଳ, ବିଜେପିର କେନ୍ଦ୍ର ସରକାରୀ କଳ ଓ ପୋଡଶୀ ରାଜ୍ୟର ସରକାରୀ କଳ କାର୍ଯ୍ୟ କଲେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି,“ବିଜେପି ଓ ବିଜେଡିର କଳାଟଙ୍କା ଭୋଟରଙ୍କୁ କବଳିତ କଲା। ଗାଁ ମାନଙ୍କରେ ଗଣ୍ଡା ଗଣ୍ଡା ହେଲିକପ୍ଟର ବୁଲିଲା। ମୁଖ୍ୟମନ୍ତ୍ରୀ […]

gress

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 08:37 PM IST

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ପାଇଁ  ବିଜେଡି ଓ ବିଜେପି କଳା ଟଙ୍କା ବିଛାଇଛନ୍ତି। କିନ୍ତୁ ନିର୍ବାଚନ କମିଶନ ନିରବ ହୋଇ ବସିଲେ। ବିଜେଡିର ସରକାରୀ କଳ, ବିଜେପିର କେନ୍ଦ୍ର ସରକାରୀ କଳ ଓ ପୋଡଶୀ ରାଜ୍ୟର ସରକାରୀ କଳ କାର୍ଯ୍ୟ କଲେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି,“ବିଜେପି ଓ ବିଜେଡିର କଳାଟଙ୍କା ଭୋଟରଙ୍କୁ କବଳିତ କଲା। ଗାଁ ମାନଙ୍କରେ ଗଣ୍ଡା ଗଣ୍ଡା ହେଲିକପ୍ଟର ବୁଲିଲା। ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ଭୋଟ ପ୍ରଚାର କଲେ। ଏସବୁକୁ କଂଗ୍ରେସ ଟକ୍କର ଦେଇପାରିଲା ନାହିଁ। କଂଗ୍ରେସ ଏଭଳି ରାଜନୀତିରେ ବିଶ୍ୱାସ କରେ ନାହିଁ। ”

ପ୍ରସାଦ ଆହୁରି କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରୁଛି। ଏହି ନିର୍ବାଚନର ଜନାଦଶକୁ ସମ୍ମାନ ଦେଉଛି। ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ପରାଜୟ କଂଗ୍ରେସକୁ ଭଲ ପାଉଥିବା ଅଗଣିତ ଭାଇ ଓ ଭଉଣୀଙ୍କୁ ଗଭୀର ଆଘାତ ଦେଇଛି। ଏହା ସତ୍ତ୍ୱେ କଂଗ୍ରେସ ଭାଙ୍ଗି ପଡ଼ିନି। ବିଭିନ୍ନ ସମସ୍ୟାରେ  ଲୋକଙ୍କ ସାଥିରେ ଠିଆ ହୋଇଛି। ଗରିବ ଲୋକଙ୍କ ପାଇଁ ଲଢ଼ିଛି। ଲୋକଙ୍କ ହକ ପାଇଁ ଲଢ଼େଇ ଜାରି ରଖିଲେ ଆମେ ପୁଣି ଓଡ଼ିଶାବାସୀଙ୍କର ଆସ୍ଥା ଭାଜନ ହୋଇପାରିବା।”

ସେ କହିଛନ୍ତି,“ଅଦ୍ୟାବିଧି ଫଳାଫଳ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାକୁ  କଂଗ୍ରେସକୁ ସ୍ପଷ୍ଟ ଜନମତ ମିଳିଥିବାରୁ ଝାରସୁଗୁଡ଼ାର ବିଧାୟକ ନବ ଦାସ ଏବଂ ବିଜୟୀ ପ୍ରାର୍ଥୀଙ୍କ ଅଭିନନ୍ଦନ ଜଣାଉଛି। ରାୟଗଡ଼ା ଓ ଗଜପତିରେ କଂଗ୍ରେସ ଅନ୍ୟ ଦଳମାନଙ୍କଠାରୁ ଆଗୁଆ ରହିଥିବାରୁ ସ୍ଥାନୀୟ ସଂଗଠନ ଓ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି। ଏଭଳି ସଙ୍ଗୀନ ସମୟରେ ଦଳ ସାଙ୍ଗରେ ଯେଉଁମାନେ ଠିଆ ହୋଇଛନ୍ତି ଦଳ ତାଙ୍କ ପାଖରେ ରୁଣି ରହିବ।”

ବିଜେପି ସହ ବିଜେଡିର ବଡ଼ ଗୋଷ୍ଠୀ ହାତ ମିଳାଇଥିବା ବିଜେଡି ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏହି  ନିର୍ବାଚନକୁ  ନେଇ ବହୁତ ଗଭୀର ଗୁମର ପଦାକୁ ଆସିବ ବୋଲି ପ୍ରସାଦ କହିଛନ୍ତି।

 

 

 

 

Related story