ମୁଁ ରାସ୍ତାରେ ଯାଉଛି, ନବୀନଙ୍କ ଭଳି ହେଲିକପ୍ଟରରେ ଯାଉନି: ଅମିତ ଶାହା

Ordigital Desk
  • Published: Thursday, 06 July 2017
  • , Updated: 06 July 2017, 02:25 PM IST
<p>ଭୁବନେଶ୍ୱର: ବିଜେପି ଦଳ ଲୋକଙ୍କ ସହ ଅଛି, ଓଡ଼ିଶାର ଲୋକେ ବିଜେପି ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବା ମୁଡରେ ଅଛନ୍ତି। ତିନି ଧରି ଓଡ଼ିଶାରେ ଡେରା ପକାଇଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି।</p> <p>ସେ ବିଜେଡି ସରକାରକୁ ସମାଲୋଚନା କରି କହିଛନ୍ତି,&ldquo;ନବୀନ ବିମାନରେ ଉଡୁଛନ୍ତି, ତେଣୁ ଲୋକଙ୍କ ସମସ୍ୟା ଜାଣି ପାରୁ ନାହାନ୍ତି। ମୁଁ ତିନି ଦିନ ହେଲା ଓଡ଼ିଶାରେ ଅଛି ଏବଂ ରାଜରାସ୍ତାରେ ଯାଉଛି। ନୀବନଙ୍କ ଭଳି ହେଲିକପ୍ଟରରେ ଯାଉନି। ରାଜ୍ୟରେ ବିଜେଡି ସରକାର ଥିବାରୁ&nbsp; ଓଡ଼ିଶାର ବିକାଶ ହେଉନି। ୨୦୧୯ରେ ବିଜେଡି ସରକାରକୁ ଓପାଡ଼ି ଦିଅ।&rdquo;</p> <p>[vc_video link=&quot;&quot; align=&quot;center&quot;]</p> <p>ତିନି ଦିନିଆ ଗସ୍ତର ଶେଷ ଦିନରେ ଅମିତ ଶାହା ରାଜଧାନୀ ଉପକଣ୍ଠ ଟିକରପଡା ପଞ୍ଚାୟତର ବସନ୍ତପୁର ଗାଁରେ &lsquo;ମୋ ବୁଥ୍ ସବୁଠୁ ମଜଭୁତ୍&rsquo; କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ବିଚାରକ ପରିବାର ବୈଠକରେ ସାମିଲ ହୋଇଥିଲେ। ଏହାପରେ କଟକ-ଭୁବନେଶ୍ୱର ରାସ୍ତାରେ ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅମିତ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ପଞ୍ଚାୟତ ସମ୍ମିଳନୀରେ ଉଦବୋଧନ ଦେବା ସହ ବିଭିନ୍ନ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।</p>

Related story