ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

Ordigital Desk
  • Published: Wednesday, 06 September 2017
  • , Updated: 06 September 2017, 08:12 AM IST
<p>ଭୁବନେଶ୍ୱର: ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ସଭାପତି ଅମିତ୍ ଶାହ। ସେ ଦିନ ଗୋଟାଏ ୧୦ରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଦିନ ୨ଟା ୨୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟ କର୍ଯ୍ୟାଳୟରେ ୫ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ରାତିରେ ଶାହ ଏକ ଘରୋଇ ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ। ୭ତାରିଖ ଦିନ ସକାଳ ୮ଟା ୩୦ ମିନିଟରେ&nbsp; ଅମିତ୍ ଲିଙ୍ଗରାଜ ମିନ୍ଦିର ଯିବେ। ସେହିଦିନ ସକାଳ ୯ଟା ୩୦ରୁ ୧୨ଟା ୫୫ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ। ଅମିତ୍ ୮ ତାରିଖ ଦିନ ଜନତା ମଇଦାନରେ ବୁଥ୍ ସ୍ତରରୁ ଆସିଥିବା କର୍ମୀଙ୍କୁ ଉଦ୍&zwnj;ବୋଧନ ଦେବେ।<br /> ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅନୀଲ ଜୈନ ମଧ୍ୟ ଓଡ଼ିଶା ଆସିଛନ୍ତି। ଉଭୟେ ୩ ଦିନଯାକ ଅମିତ ଶାହାଙ୍କ ସହ ଉପସ୍ଥିତ ରହିବେ। ଜାଭଡେକର ଓଡ଼ିଶାର ୪ଟି ଓ ଅନୀଲ ଜୈନଙ୍କୁ ୫ଟି ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦିଆଯାଇଛି।</p>

Related story