ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଏଜେଣ୍ଡାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

ଭୁବନେଶ୍ୱର: ସୁନ୍ଦଗଡ଼ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ଦଳ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ଏଜେଣ୍ଡାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଉଥିବା ଏଜେଣ୍ଡା କେତେ କାର୍ଯ୍ୟକାରୀ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୩ ମାସ ପୂର୍ବେ ପୁରୀ କାର୍ଯ୍ୟକାରିଣୀରେ ନିଆଯାଇଥିବା ପ୍ରସଙ୍ଗକୁ ନେଇ ଦଳୀୟ ନେତା ଲୋକଙ୍କ ପାଖକୁ ଯାଇନାହାନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ବିଜୟ କହିଛନ୍ତି, “ଦଳରେ ମତାନ୍ତର ଥାଇ […]

bijay

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 08:31 PM IST

ଭୁବନେଶ୍ୱର: ସୁନ୍ଦଗଡ଼ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ଦଳ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ଏଜେଣ୍ଡାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଉଥିବା ଏଜେଣ୍ଡା କେତେ କାର୍ଯ୍ୟକାରୀ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୩ ମାସ ପୂର୍ବେ ପୁରୀ କାର୍ଯ୍ୟକାରିଣୀରେ ନିଆଯାଇଥିବା ପ୍ରସଙ୍ଗକୁ ନେଇ ଦଳୀୟ ନେତା ଲୋକଙ୍କ ପାଖକୁ ଯାଇନାହାନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ବିଜୟ କହିଛନ୍ତି, “ଦଳରେ ମତାନ୍ତର ଥାଇ ପାରେ, ସେ ବିଷୟରେ ମୁଁ କିଛି ଜାଣିନାହିଁ। ମୋର ବ୍ୟକ୍ତିଗତ କାମ ଥିଲା ଓ ଏହା କାର୍ଯ୍ୟକାରିଣୀ ବୈଠକ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। କାର୍ଯ୍ୟକାରିଣୀ କେବଳ ଔପଚାରିକତା ଛଡା ଆଉ କିଛି ନୁହେଁ।”

ସୁନ୍ଦରଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କାର୍ଯ୍ୟକାରିଣୀରେ ବିଜୟ ମହାପାତ୍ରଙ୍କ ସମେତ ବିଧାୟକ ଦିଲୀପ ରାୟ ଏବଂ ବରିଷ୍ଠ ନେତା କେଭି ସିଂଦେଓ ଯୋଗ ଦେଇ ନ ଥିଲେ।

ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରେ ଥିବାରୁ କାର୍ଯ୍ୟକାରିଣୀରେ ଯୋଗ ଦେଇ ନ ଥିବା ଦିଲୀପ କହିଛନ୍ତି। ସେହିପରି ଦିଲ୍ଲୀରେ ଥିବାରୁ କାର୍ଯ୍ୟକାରିଣୀରେ ଯୋଗ ଦେଇ ନ ଥିବା କେଭି କହିଛନ୍ତି।

ଏହି ୩ ନେତାଙ୍କୁ ବାଲେଶ୍ୱର ବିକାଶ ଉତ୍ସବରେ କହିବାକୁ ସୁଯୋଗ ଦିଆଯାଇ ନ ଥିଲା। ପରେ ଦିଲୀପ ରାଉରକେଲା ବିକାଶ ଉତ୍ସବକୁ ବର୍ଜନ କରିଥିଲେ। ଏମାନେ ସମସ୍ତେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅନୁପସ୍ଥିତି ନେଇ ଦଳରେ ମତାତନ୍ତର ଥିବା ଚର୍ଚ୍ଚା ହେଉଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ସେ (ବିଜୟ ମହାପାତ୍ର) ଆମର ବରିଷ୍ଠ ନେତା। ସେ କେଉଁ ପରିସ୍ଥିତିରେ ଏପରି କହିଛନ୍ତି ସେଥିରେ ମୋର କିଛି କହିବାର ନାହିଁ। ବିଜେପିରେ କୌଣସି ଫାଟ ନାହିଁ। ଯଦି ଦଳ ଭିତରେ କାହାର କିଛି ଅସନ୍ତୋଷ ଥାଏ, ଆମେ ଏକାଠି ଆଲୋଚନା କରି ଏହାର ସମାଧାନ କରିବୁ।”

Related story