ରାଜ୍ୟର ବିଫଳତା ଓ କେନ୍ଦ୍ରର ସଫଳତାକୁ ନେଇ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରର ସଫଳତାକୁ ନେଇ ଆଜି ସତ୍ୟାଗ୍ରହ କରୁଛି ବିଜେପି। ରାଜ୍ୟର ସମସ୍ତ ୧୪୭ଟି ନିର୍ବାଚନ ମଣ୍ଡଳୀରେ ଏହି ସତ୍ୟାଗ୍ରହ କରାଯାଉଛି। ଭୁବନେଶ୍ୱରର ୩ଟି ନିର୍ବାଚନ ମଣ୍ଡଳୀ ଉତ୍ତର, ମଧ୍ୟ ଓ ଏକାମ୍ରରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଉଛି। ଭୁବନେଶ୍ୱରର ୨୦ଟି ସ୍ଥାନୀୟ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଛି ଦଳ। ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନମଣ୍ଡଳୀରେ ସତ୍ୟାଗ୍ରହରେ ବସିଥିବା ଦଳର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି […]

bjp

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 10:26 AM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରର ସଫଳତାକୁ ନେଇ ଆଜି ସତ୍ୟାଗ୍ରହ କରୁଛି ବିଜେପି। ରାଜ୍ୟର ସମସ୍ତ ୧୪୭ଟି ନିର୍ବାଚନ ମଣ୍ଡଳୀରେ ଏହି ସତ୍ୟାଗ୍ରହ କରାଯାଉଛି। ଭୁବନେଶ୍ୱରର ୩ଟି ନିର୍ବାଚନ ମଣ୍ଡଳୀ ଉତ୍ତର, ମଧ୍ୟ ଓ ଏକାମ୍ରରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଉଛି। ଭୁବନେଶ୍ୱରର ୨୦ଟି ସ୍ଥାନୀୟ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଛି ଦଳ।

ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନମଣ୍ଡଳୀରେ ସତ୍ୟାଗ୍ରହରେ ବସିଥିବା ଦଳର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ରାଜ୍ୟ ସରକାର ସବୁ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରୁଛନ୍ତି। କିନ୍ତୁ ସବୁବେଳେ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। କେନ୍ଦ୍ରୀୟ ଅବହେଳା ନେଇ ନିଜେ ମୁଖ୍ୟମନ୍ତ୍ରୀ ତର୍କକୁ ଓହ୍ଲାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଏନେଇ ତର୍କ କରିବାକୁ ବିଜେପି ସବୁବେଳେ ପ୍ରସ୍ତୁତ ଅଛି ବୋଲି କନକ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ରେଳ ସେବାର ବିକାଶ ପାଇଁ ଯେତିକି ଅର୍ଥ ମାଗିଥିଲେ କେନ୍ଦ୍ର ସରକାର ତାଠାରୁ ଅଧିକ ଦେଇଛନ୍ତି। କୋଲ୍ ବ୍ଲକ୍ ଆବଣ୍ଟନରେ ସରକାର ଆଗକୁ ବହୁତ ରାଜସ୍ୱ ପାଇବେ। କାହିଁ ସେହି କଥାଗୁଡ଼ା ତ ରାଜ୍ୟର ବିଜେଡି ସରକାର କହୁ ନାହାନ୍ତି।

ସେହିଭଳି ଏଠାରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆଜିଠାରୁ ବିଜେଡି ଆରମ୍ଭ କରିଥିବା ପଦଯାତ୍ରାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେଡି ପଦଯାତ୍ରାର ଅର୍ଥ ଜାଣି ନାହିଁ। ଜନ ସଚେତନତା ପାଇଁ ପଦଯାତ୍ରା କରାଯାଏ। ଲୋକଙ୍କୁ ଜାଗୃତ କରିବା ପାଇଁ ପଦଯାତ୍ରା କରାଯାଏ।

ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ଏହି ଦିନିକିଆ ସତ୍ୟାଗ୍ରହ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଆଜିଠାରୁ ୯ ଦିନ ପାଇଁ ଜନ ସଂପର୍କ ପଦଯାତ୍ରା ଆରମ୍ଭ କରିଛି। ଏହାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରେ ଏହି ପଦଯାତ୍ରା କରାଯିବ।

Related story