ଅକ୍ଟୋବର ୨ରେ ସବୁ ସବ୍‌ଡିଭିଜନ୍‌ରେ ବିଜେପିର ‘ଲଜ୍ଜା’ ଗଣଧାରଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଓ ବାହାନାବାଜି ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଆସନ୍ତା ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ ସଦର ମହକୁମାରେ ସତ୍ୟାଗ୍ରହ କରିବ ବିଜେପି। ଏ ସଂପର୍କରେ ସୂଚନା ଦେଇ ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ନବୀନ ସରକାର ସ୍ଥାଣୁ, ଅପାରଗ ଓ ଅସମ୍ବେଦନଶୀଳ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଅପକର୍ମ, ଅପରାଧ ଓ ଅପାରଗତାକୁ ଲୁଚାଇବାକୁ ଶାସକ ବିଜେଡ ବିଭିନ୍ନ ପ୍ରସଙ୍ଗରେ […]

pruthiraj

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 09:00 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଓ ବାହାନାବାଜି ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଆସନ୍ତା ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ ସଦର ମହକୁମାରେ ସତ୍ୟାଗ୍ରହ କରିବ ବିଜେପି।

ଏ ସଂପର୍କରେ ସୂଚନା ଦେଇ ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ନବୀନ ସରକାର ସ୍ଥାଣୁ, ଅପାରଗ ଓ ଅସମ୍ବେଦନଶୀଳ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଅପକର୍ମ, ଅପରାଧ ଓ ଅପାରଗତାକୁ ଲୁଚାଇବାକୁ ଶାସକ ବିଜେଡ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରି ଅଭିନୟ କରୁଛି। ବିଜେଡିର ଏହି ଅଭିନୟର ପର୍ଦ୍ଦାଫାଶ କରିବାକୁ ‘ଲଜ୍ଜା’ ଗଣଧାରଣା ମାଧ୍ୟମରେ ଦଳ ଲୋକଙ୍କ ପାଖକୁ ଯିବ।”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ସାଜିଛନ୍ତି। ତିନି ବର୍ଷରେ ତିନି ଲକ୍ଷ ଘର ନିର୍ମାଣ କରି ଦଶ ଲକ୍ଷ ଘରର ମିଛ ଦାବି କରୁଛନ୍ତି। ତିନି ଲକ୍ଷ ଘରରୁ ଅଢ଼େଇ ଲକ୍ଷ ଘର କେନ୍ଦ୍ରୀୟ ଯୋଜନାରେ ନିର୍ମିତ ହୋଇଛି। ଗତ ଦୁଇ ବର୍ଷରେ ତିନି ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ସୁବିଧା ପହଞ୍ଚି ସାରିଥିବାର ଦାବି କରୁଥିବା ବେଳେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ମାତ୍ର ପଚାଶ ହଜାର ହେକ୍ଟର ଜମିକୁ ଜଳ ସେଚନ ପହଞ୍ଚିଥିବା ବିଧାନସଭାରେ ସ୍ୱୀକାର କରିଛନ୍ତି।”

ପୃଥ୍ୱୀରାଜ କହିଛନ୍ତି,“ଚାଷୀଙ୍କୁ ଏକ ପ୍ରତିଶତ ହାରରେ ସୁଧ ମିଛ ପ୍ରହସନ। କେନ୍ଦ୍ର ସରକାର ଆଠ ପ୍ରତିଶତ ସୁଧ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ମାତ୍ର ତିନି ପ୍ରତିଶତ ସୁଧ ପ୍ରଦାନ କରୁଛି। ହିତାଧିକାରୀ ୧ ପ୍ରତିଶତ ସୁଧ ଦେଉଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ଚାଷୀଙ୍କୁ ଏକ ପ୍ରତିଶତ ହାରରେ ସୁଧ ଯୋଗାଇ ଦିଆଯାଉଥିବା ଦାବି କରିବା ମିଥ୍ୟା ତଥ୍ୟର ସୌଦାଗରଙ୍କ କାମ।”

ସେ କହିଛନ୍ତି,“ରାଜ୍ୟର ୪୨ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ପହଞ୍ଚି ପାରି ନାହିଁ। ମୋଟ ୨ ପ୍ରତିଶତ ଲୋକଙ୍କ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିଛି। ଗ୍ରାମାଞ୍ଚଳରେ ୮୫ ପ୍ରତିଶତ ଘରେ ପାଇଖାନା ନାହିଁ। ଏହା ରାଜ୍ୟର ବିକାଶର ଲଜ୍ଜାକର ସ୍ଥିତି।”

ନିକଟରେ ନବୀନ ନିବାସ ସମ୍ମୁଖରେ ଜଣେ ପୂର୍ବତନ ହୋମ୍‌ଗାର୍ଡ ସନ୍ଦୀପ ହାତୀ ଆତ୍ମାହୁତି ଉଦ୍ୟମ କରି ପରେ ପ୍ରାଣ ହରାଇବା, କଳାହାଣ୍ଡିରେ ଦାନ ମାଝି ପତ୍ନୀର ମୃତଶରୀରକୁ କାନ୍ଧରେ ବୋହିବା, ଯାଜପୁରର ନଗଡ଼ାରେ ଶିଶୁ ମଡ଼କ ଓ କନ୍ଧମାଳର ଗୁମୁଡୁମାହାରେ ପୋଲିସ୍ ଗୁଳିରେ ଆଦିବାସୀ ଓ ଦଳିତ ପ୍ରାଣ ହରାଇବା ଘଟଣା ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ହରିଚନ୍ଦନ କହିଛନ୍ତି।

Related story