ଏଠି ପ୍ରଭୁ ଜଗନ୍ନାଥ ଅଛନ୍ତି, ମାଟି ତଳେ ରହିଛି ପ୍ରଚୁର ସମ୍ପଦ, ତଥାପି ଓଡ଼ିଶା ଗରିବ: ଅମିତ ଶାହା

ବ୍ରହ୍ମପୁର: ୨୦୧୯ ସାଧାରଣ ନିର୍ବାଚନରେ ଦୁଇ ତୃତୀୟାଂଶ ବହୁମତ ପାଇ ବିଜେପି ଓଡ଼ିଶାରେ ସରକାର ଗଢିବ। ୪ ଦିନିଆ  ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ବିଜେଡିର ଗଡ଼ ଗଞ୍ଜାମର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟା ଗାଁରେ ପହଞ୍ଚି  ଏହା କହିଛନ୍ତି। ସେ କହିଛନ୍ତି, “ମୁଁ ଓଡ଼ିଶାରୁ ସକ୍ରିୟ ସଦସ୍ୟ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛି। ବୁଥ୍‌ ସ୍ତରରୁ କାମ କରିଥିବାରୁ, ତଳ ସ୍ତର କଥା ମୁଁ ଜାଣିଛି। ତେଣୁ […]

amit saha bjp

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 02:24 PM IST

ବ୍ରହ୍ମପୁର: ୨୦୧୯ ସାଧାରଣ ନିର୍ବାଚନରେ ଦୁଇ ତୃତୀୟାଂଶ ବହୁମତ ପାଇ ବିଜେପି ଓଡ଼ିଶାରେ ସରକାର ଗଢିବ। ୪ ଦିନିଆ  ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ବିଜେଡିର ଗଡ଼ ଗଞ୍ଜାମର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟା ଗାଁରେ ପହଞ୍ଚି  ଏହା କହିଛନ୍ତି।

ସେ କହିଛନ୍ତି, “ମୁଁ ଓଡ଼ିଶାରୁ ସକ୍ରିୟ ସଦସ୍ୟ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛି। ବୁଥ୍‌ ସ୍ତରରୁ କାମ କରିଥିବାରୁ, ତଳ ସ୍ତର କଥା ମୁଁ ଜାଣିଛି। ତେଣୁ ଓଡ଼ିଶାର ସମସ୍ତ ୩୬ ହଜାର ବୁଥ୍‌ରେ ବୁଥ୍‌ କମିଟି ଗଠନ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ ବୁଥ୍ କମିଟି ଗଠନ କାମ ସରିବ।

ସେ ଆହୁରି କହିଛନ୍ତି,“ସବୁ ଗାଁରେ ବିଜୁଳି, ପାନୀୟ ଜଳ ଓ ଶୌଚାଳୟ ନାହିଁ। ଏଠାରେ ପ୍ରଭୁ ଜଗନ୍ନାଥ ଅଛନ୍ତି, ମାଟି ତଳେ ପ୍ରଚୁର ସମ୍ପଦ ଥାଇ ବି ଓଡ଼ିଶା ବିକାଶରେ ପଛରେ ପଡ଼ି ଯାଇଛି।”

ସେହିପରି ବେକାରୀ ସମସ୍ୟା ନେଇ ନବୀନ ସରକାର ଉପରେ ବର୍ଷିଛନ୍ତି ଅମିତ  ଶାହା। ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବାରେ ନବୀନ ସରକାର ବିଫଳ ହୋଇଥିବା ସେ କହିଛନ୍ତି।  ଏଥିସହିତ ମୋଦି ସରକାର ୩ ବର୍ଷରେ ଯଥେଷ୍ଟ ଅଧିକ ଅନୁଦାନ ଦେଇଥିବା ଅମିତ  କହିଛନ୍ତି ।

ଅମିତ ଶାହାଙ୍କ ମନ୍ତବ୍ୟ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ସେ ଦଳର ଅଧ୍ୟକ୍ଷ, ଏମିତି ଉଦ୍‌ବୋଧନ ଦେବା ସ୍ୱାଭାବିକ କଥା। ଅମିତ ନା ନବୀନ ଠିକ୍‌ କହୁଛନ୍ତି  ଲୋକେ ନିର୍ଣ୍ଣୟ କରିବେ। ରାଜ୍ୟର ସବୁ ତଥ୍ୟ ଇଣ୍ଟରନେଟ୍‌ରେ ଅଛି, ସେଥିରୁ ସବୁ ଜଣାପଡ଼ିବ।”

Related story