ସମାନ କାମକୁ ସମାନ ଦରମା ଦାବିରେ ରାଜ ରାସ୍ତାରେ ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲ୍‌ ଶିକ୍ଷକ

ଭୁବନେଶ୍ୱର: ସମାନ କାମକୁ ସମାନ ଦରମା ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଭଳି ୯ ଦଫା ଦାବି ନେଇ ଆଜି ପୁଣି ଥରେ ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଆଜି ଆନ୍ଦୋଳନ କରିଛନ୍ତି। ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନ ଥିବା  ସଂଘ ଅଭିଯୋଗ କରିଛି। ତେଣୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଂଘର […]

block

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 09:42 PM IST

ଭୁବନେଶ୍ୱର: ସମାନ କାମକୁ ସମାନ ଦରମା ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଭଳି ୯ ଦଫା ଦାବି ନେଇ ଆଜି ପୁଣି ଥରେ ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଆଜି ଆନ୍ଦୋଳନ କରିଛନ୍ତି। ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନ ଥିବା  ସଂଘ ଅଭିଯୋଗ କରିଛି। ତେଣୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଂଘର ସଦସ୍ୟମାନେ ଅସହଯୋଗ କରିବା ସହ ସେମାନଙ୍କ ପରିବାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ଆନ୍ଦୋଳନରେ ରାଜ୍ୟର୨,୬୦୮ ବ୍ଲକ୍‌ ଗ୍ରାଣ୍ଟ୍‌ ହାଇସ୍କୁଲ ଶିକ୍ଷକ ସାମିଲ ହୋଇଛନ୍ତି।

ବ୍ଲକ୍‌ ଗ୍ରାଣ୍ଟ୍ ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଓ କର୍ମଚାରୀ ସଂଘର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି,“ ବ୍ଲକ ଗ୍ରାଣ୍ଟ୍‌ ଶିକ୍ଷକମାନେ ଦୀର୍ଘ ୨୫ରୁ ୩୦ ବର୍ଷ ହେବ କାମ କରି ଆସୁଛନ୍ତି। ସେମାନଙ୍କୁ ସମାନ କାମକୁ ସମାନ ଦରମା ଓ ମହଙ୍ଗା ଭତ୍ତା ଦିଆଯାଉ। ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୦୭ରୁ ୨୦୧୨ ମସିହା ଭିତରେ ୭ ଥର ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ୭.୧୨. ୨୦୧୨ରେ ବିଧାନସଭାରେ ସମାନ କାମକୁ ସମାନ ଦରମା ଦିଆଯିବ ବୋଲି ଘୋଷଣା କରାଯାଇଛି।  କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ କରାଗଲା ନାହିଁ।”

ସେ କହିଛନ୍ତି,“ଶିକ୍ଷକମାନଙ୍କୁ ଚଳିତ ବର୍ଷ ସରକାର ଭାତିଆ ଉପରେ ଆଉ ୨୫ ପ୍ରତିଶତ ଅନୁଦାନ ପ୍ରଦାନ କରି ଠକି ଦେଇଛନ୍ତି। ଯାହାକୁ ଶିକ୍ଷକମାନେ ନିନ୍ଦା କରିବା ସହ ପ୍ରତ୍ୟାଖାନ କରିଛନ୍ତି।”

Related story