ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ବିଏମ୍‌ସି ଅଫିସ୍ ଘେରିଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୫୬ ନମ୍ୱର ୱାର୍ଡରେ ରାଜୀବ ଆବାସ ଯୋଜନାରେ ହୋଇଥିବା ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ଆଜି କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଯୋଜନା ଅନୁସାରେ ପ୍ରତି ୱାର୍ଡରେ ଗୃହ ଆବଣ୍ଟନ କରାଯାଇଥିଲା। ତେବେ ଡେପୁଟି ମେୟର କେ.ଶାନ୍ତିଙ୍କ ପରିବାରର ୫ ଜଣ ଏହି ଯୋଜନାରେ ହିତାଧିକାରୀ ଥିବା ନେଇ ଆଗରୁ ଅଭିଯୋଗ ହୋଇଥିଲା। ଭୁଲ୍ ହିତାଧିକାରୀ ଚୟନ ଅଭିଯୋଗରେ କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା […]

congress

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 03:58 PM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୫୬ ନମ୍ୱର ୱାର୍ଡରେ ରାଜୀବ ଆବାସ ଯୋଜନାରେ ହୋଇଥିବା ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ଆଜି କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଯୋଜନା ଅନୁସାରେ ପ୍ରତି ୱାର୍ଡରେ ଗୃହ ଆବଣ୍ଟନ କରାଯାଇଥିଲା। ତେବେ ଡେପୁଟି ମେୟର କେ.ଶାନ୍ତିଙ୍କ ପରିବାରର ୫ ଜଣ ଏହି ଯୋଜନାରେ ହିତାଧିକାରୀ ଥିବା ନେଇ ଆଗରୁ ଅଭିଯୋଗ ହୋଇଥିଲା। ଭୁଲ୍ ହିତାଧିକାରୀ ଚୟନ ଅଭିଯୋଗରେ କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡେପୁଟି ମେୟରଙ୍କ ଇସ୍ତଫା ଦାବି କରିଛି।

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, “ଡେପୁଟି ମେୟର କେ.ଶାନ୍ତି ତାଙ୍କ ବନ୍ଧୁଙ୍କ ନାଁରେ ରାଜୀବ ଆବାସ ଯୋଜନାରେ ୧୧ଟି ଘର ହଡ଼ପ କରି ନେଇଛନ୍ତି। ଆମେ ଦାବି କରୁଛୁ ପୂର୍ବରୁ ଯେଉଁ ତାଲିକା ହୋଇଥିଲା ସେହି ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ ଓ ଏହି ଘଟଣାର ସିବିଆଇ ତଦନ୍ତ ହେଉ। ଡେପୁଟି ମେୟରଙ୍କ ଠାରୁ ଆରମ୍ଭ କରି ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ତାଙ୍କୁ ବହିଷ୍କାର କରାଯାଉ।”

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାସ କହିଛନ୍ତି, “ଡେପୁଟି ମେୟର କେ.ଶାନ୍ତିଙ୍କର ଆମେ ଇସ୍ତଫା ଦାବି କରୁଛୁ। ଡେପୁଟି ମେୟର ତାଙ୍କ ସଂପର୍କୀୟଙ୍କୁ ଘର ବାଣ୍ଟିଛନ୍ତି। ଆମେ ଏହାର ଦୃଢ଼ ପ୍ରତିବାଦ କରୁଛୁ। ପୁଣି ଥରେ ତାଲିକା ପ୍ରସ୍ତୁତ କରାଯାଇ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇ ଗୃହ ବଣ୍ଟନ କରାଯାଉ।”

Related story