- Videos
- Odisha
- ବାଃ ବାଃରେ ରେଳ: ଚଳନ୍ତା ଟ୍ରେନ୍ରୁ ଦୁଇଥର ଅଲଗା ହୋଇଗଲା ଇଞ୍ଜିନ
ବାଃ ବାଃରେ ରେଳ: ଚଳନ୍ତା ଟ୍ରେନ୍ରୁ ଦୁଇଥର ଅଲଗା ହୋଇଗଲା ଇଞ୍ଜିନ
- Published: Monday, 04 September 2017
- , Updated: 04 September 2017, 05:09 PM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍‌ରୁ ଇଞ୍ଜିନ ଅଲଗା ହୋଇଗଲା। ଥରେ ନୁହେଁ, ଦୁଇ ଥର ଇଞ୍ଜିନ୍‌ ଅଲଗା ହୋଇ ଯାଇଛି। ମରାମତି ପରେ ଅନ୍ୟ ଏକ ଇଞ୍ଜିନ ମାଧ୍ୟମରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଛି। ଇଞ୍ଜିନରୁ ବଗି ଅଲଗା ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।</p>
<p>ଆନ୍ଧ୍ରପ୍ରଦେଶ ଦାକୀନି ୱାଲସ୍‌ ଷ୍ଟେସନ୍‌ ନିକଟରେ ଆଜି ଆଲିପି-ଧାନବାଦ ବୋକାର ଏକ୍ସପ୍ରେସରୁ ଚଳନ୍ତା ଅବସ୍ଥାରେ ଇଞ୍ଜିନ ଅଲଗା ହୋଇଯାଇଥିଲା। ଏ ସମ୍ପର୍କରେ ଚାଳକ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ପରେ ଇଞ୍ଜିନ୍‌ ସହିତ ବଗିର ସଂଯୋଗ କରାଯାଇ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଷ୍ଟେସନ୍‌ରେ ପୁଣି ଥରେ ବଗି ଓ ଇଞ୍ଜିନ ଅଲଗା ହୋଇଯାଇଥିଲା। ଚାଳକ ଏନେଇ ରାୟଗଡ଼ା ଷ୍ଟେସନ୍‌କୁ ଖବର ଦେଇଥିଲେ। ରାୟଗଡ଼ା ଷ୍ଟେସନରୁ ଏକ ଡିଜେଲ ଇଞ୍ଜିନ ଯାଇ ଟ୍ରେନ୍‌ଟିକୁ ଆଣିଥିଲା। ବିଳମ୍ୱ ହେଲେ ମଧ୍ୟ ଏବେ ଟ୍ରେନ୍‌ଟି ଗସ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି।</p>