ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ପାଟଣାଗଡ଼: ପୁଣି ମନ୍ତ୍ରୀଙ୍କ ଉପରକୁ ହୋଇଛି ଅଣ୍ଡାମାଡ଼। ଏଥର ଅଣ୍ଡାମାଡ଼ର ଶିକାର ହୋଇଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଆଜି ସେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ପାଟଣାଗଡ଼ ବସ୍‌ଷ୍ଟାଣ୍ଡ୍ ଓ ରାମ୍‌ଜୀ ଛକରେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା। ପ୍ରଥମେ ରାମ୍‌ଜୀ ଛକରେ ଅଣ୍ଡାମାଡ଼ କରାଯାଇଥିଲା। ପରେ ବସ୍‌ଷ୍ଟାଣ୍ଡରେ ଅଣ୍ଡାମାଡ଼ କରାଯାଇଥିଲା। ଏହା ପରେ ଏକ ମହିଳା କାର୍ଯ୍ୟକ୍ରମକୁ ଯାଉଥିବା ମନ୍ତ୍ରୀ […]

egg-attack

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 12:11 PM IST

ପାଟଣାଗଡ଼: ପୁଣି ମନ୍ତ୍ରୀଙ୍କ ଉପରକୁ ହୋଇଛି ଅଣ୍ଡାମାଡ଼। ଏଥର ଅଣ୍ଡାମାଡ଼ର ଶିକାର ହୋଇଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଆଜି ସେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ପାଟଣାଗଡ଼ ବସ୍‌ଷ୍ଟାଣ୍ଡ୍ ଓ ରାମ୍‌ଜୀ ଛକରେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା। ପ୍ରଥମେ ରାମ୍‌ଜୀ ଛକରେ ଅଣ୍ଡାମାଡ଼ କରାଯାଇଥିଲା। ପରେ ବସ୍‌ଷ୍ଟାଣ୍ଡରେ ଅଣ୍ଡାମାଡ଼ କରାଯାଇଥିଲା। ଏହା ପରେ ଏକ ମହିଳା କାର୍ଯ୍ୟକ୍ରମକୁ ଯାଉଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ରୁଟ୍‌ ପରିବତର୍ନ କରାଯାଇଥିଲା।

ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଏକାଧିକ ଅଣ୍ଡାମାଡ଼ ହୋଇଥିବା ବେଳେ ପୋଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା।

Related story