କଟକ ପ୍ରେସ୍‌ ଛକ ବୋମାମାଡ଼ ଘଟଣାରେ ମହିମାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୋଲିସ୍

ପାରାଦୀପ/କଟକ: ବଢୁଛି ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ। ସିୱେଜ୍ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ଖୋଲୁଛି ପୋଲିସ୍। ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ତାଙ୍କୁ ଆଜି ପଚରାଉଚରା କରିଛି କମିଶନରେଟ୍‌ ପୋଲିସ୍‌ । କଟକ ଏସିପି ଓ ମଧୁପାଟଣା ଥାନା ଆଇଆଇସି ପାରାଦୀପ ଯାଇ ତାଙ୍କୁ ପଚରାଉଚରା କରିଛନ୍ତି। ଏ ମାମଲାରେ ପୋଲିସ୍‌କୁ ଠୋସ୍ ତଥ୍ୟ ମିଳିଥିବା କୁହାଯାଉଛି। […]

acp

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 09:01 PM IST

ପାରାଦୀପ/କଟକ: ବଢୁଛି ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ। ସିୱେଜ୍ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ଖୋଲୁଛି ପୋଲିସ୍। ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ତାଙ୍କୁ ଆଜି ପଚରାଉଚରା କରିଛି କମିଶନରେଟ୍‌ ପୋଲିସ୍‌ । କଟକ ଏସିପି ଓ ମଧୁପାଟଣା ଥାନା ଆଇଆଇସି ପାରାଦୀପ ଯାଇ ତାଙ୍କୁ ପଚରାଉଚରା କରିଛନ୍ତି। ଏ ମାମଲାରେ ପୋଲିସ୍‌କୁ ଠୋସ୍ ତଥ୍ୟ ମିଳିଥିବା କୁହାଯାଉଛି। କମିଶନରେଟ୍ ପୋଲିସ୍ ଏହି ମାମଲାରେ ମହିମାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ସୂଚନା ଦେଇଛି। ତାଙ୍କୁ କଟକ ଆଣି କମିଶନରେଟ୍ ପୋଲିସ୍ ଜେରା କରିବ।

ପ୍ରେସ୍ ଛକ ବୋମାମାଡ଼ ମାମଲାକୁ କମିଶନରେଟ୍ ପୋଲିସ୍ ରିଓପନ୍ କରିଛି। ଏପରିକି ଏହି ମାମଲାରେ ପୋଲିସ୍ ସିଡିଏ ଅଞ୍ଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ଗଣେଶ ସାହୁଙ୍କୁ ଗିରଫ କରିଛି। ଗଣେଶଙ୍କ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ମହିମାଙ୍କ ରିମାଣ୍ଡ ଅବଧି ସରି ଯାଇଛି। ପାରାଦୀପ ପୋଲିସ୍ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବା ପୂର୍ବରୁ କଟକ ଏସିପି ଓ ମଧୁପାଟଣା ଆଇଆଇସି ପଚରାଉଚରା କରିଥିଲେ।

ଅନ୍ୟପକ୍ଷରେ ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ମହିମାଙ୍କୁ ରିମାଣ୍ଡରେ ନେବାକୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଗୋଳ କୋଲିଆରୀ ପୋଲିସ୍‌ର ଆବେଦନ କରିଛି। ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ଗତକାଲି ତାଙ୍କୁ ଅନୁଗୋଳ କୋଲିଆରୀ ଥାନା ପୋଲିସ୍ ଜେରା କରିଥିଲା।

ପୂର୍ବରୁ ୧୯୯୫ ମସିହାରେ ପାରାଦୀପରେ ଜେ.ଏମ୍.ବକ୍ସି କଂପାନୀର ତତ୍‌କାଳୀନ ମ୍ୟାନେଜର ପ୍ରତାପ ଚନ୍ଦ୍ର ଦାସଙ୍କୁ ଅପହରଣ ଘଟଣାରେ କ୍ରାଇମବ୍ରାଞ୍ଚ ମହିମାଙ୍କୁ ପଚରାଉଚରା କରିଥିଲା।

Related story