ଅବହେଳାରୁ ଭୁଶୁଡିଲା ବମିଖାଲ ଓଭରବ୍ରିଜ୍: ତଦନ୍ତ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଚିଫ୍ ଇଂଜିନିୟର ରୋଡ୍‌ସ ଓ ଡିଜାଇନିଂଙ୍କ ପକ୍ଷରୁ ୧୩୨ ପୃଷ୍ଠାର ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ଅବହେଳା ଏବଂ ଦାୟିତ୍ୱହୀନତାରୁ ଦାୟୀ କରାଯାଇଛି। ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡ୍‌କୁ କଳା ତାଲିକାଭୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ବ୍ରିଜ୍‌ ନିର୍ମାଣ […]

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 03:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଚିଫ୍ ଇଂଜିନିୟର ରୋଡ୍‌ସ ଓ ଡିଜାଇନିଂଙ୍କ ପକ୍ଷରୁ ୧୩୨ ପୃଷ୍ଠାର ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ଅବହେଳା ଏବଂ ଦାୟିତ୍ୱହୀନତାରୁ ଦାୟୀ କରାଯାଇଛି।

ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡ୍‌କୁ କଳା ତାଲିକାଭୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ବ୍ରିଜ୍‌ ନିର୍ମାଣ ହେବା ପୂର୍ବରୁ ଡିଜାଇନ୍ ପୂର୍ତ୍ତ ବିଭାଗ ନିକଟରେ ଠିକା ସଂସ୍ଥା ଦାଖଲ କରିନଥିଲେ। ଏପରିକି କାମ କଲାବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇନଥିଲା। ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର କୁମାର ରାଉତ ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରି ନଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ସେମାନଙ୍କ ବିରୋଧରେ ଚାର୍ଜସିଟ୍ କରାଯାଇଛି। ଓଡ଼ିଶା ପବ୍ଲିକ୍ ସର୍ଭିସ ଆକ୍ଟର ରୁଲ୍ ୧୫ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି।

ଗତ ସେପ୍ଟେମ୍ବର ୧୦ ତାରିଖରେ ଓଭର ବ୍ରିଜ୍‌ର ଏକ ଛାତ ପଡୁଥିବା ବେଳେ ଭୁଶୁଡି ପଡିଥିଲା। ଏଥିରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ତେବେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହି ଘଟଣା ପରେ ଓଭରବ୍ରିଜ୍ କାମ ବନ୍ଦ ରହିଛି। ତେବେ ତୁରନ୍ତ କାମ ଶେଷ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ଏହି ବ୍ରିଜ୍ ନିର୍ମାଣ ଲାଗି ୪୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏଥିରୁ ୨୮ କୋଟି ଟଙ୍କାର କାମ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ଦିଆଯାଇଥିଲା। ବାକି କାମ ରେଲେଓ୍ୱ ପକ୍ଷରୁ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଓଭରବ୍ରିଜ୍‌ରେ ୭୫ଟି ସ୍ପାନରୁ ୬୦ଟିର କାମ ଶେଷ ହୋଇଛି। ଅଘଟଣ ପରେ କାମ କେବେ ଶେଷ ହେବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

Related story