ବିଜେପି କର୍ମୀଙ୍କୁ ମାଡ଼ ପ୍ରତିବାଦରେ ବୌଦ୍ଧ ବନ୍ଦ

ବୌଦ୍ଧ: ମନମୁଣ୍ଡାରେ ଦଳୀୟ କର୍ମୀଙ୍କ ଉପରେ ବିଜେଡିର ଆକ୍ରମଣ ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ସହରରେ ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିଲା।  ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା। ସକାଳୁ ବିଜେପି ନେତା ଓ କର୍ମୀମାନେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ସରକାର ବିରୋଧୀ ସ୍ଲୋଗାନ୍‌ ଦେଇ ପିକେଟିଂ କରିଥିଲେ। ବୌଦ୍ଧ ସହର […]

boudh

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 06:18 PM IST

ବୌଦ୍ଧ: ମନମୁଣ୍ଡାରେ ଦଳୀୟ କର୍ମୀଙ୍କ ଉପରେ ବିଜେଡିର ଆକ୍ରମଣ ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ସହରରେ ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିଲା।  ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା। ସକାଳୁ ବିଜେପି ନେତା ଓ କର୍ମୀମାନେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ସରକାର ବିରୋଧୀ ସ୍ଲୋଗାନ୍‌ ଦେଇ ପିକେଟିଂ କରିଥିଲେ।

ବୌଦ୍ଧ ସହର ବ୍ୟତୀତ ହରଭଙ୍ଗା ଓ କଣ୍ଟାମାଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

ବିଜେପି ଜିଲ୍ଲା ସଭାପତି ସୈମିତ୍ରୀ ନାୟକ କହିଛନ୍ତି,“ଗତ ୨୯ ତାରିଖରେ ବିଜେଡିର ୨ ମନ୍ତ୍ରୀ ଓ ବେଗୁନିଆ ବିଧାୟକ ଭଡ଼ାଟିଆ ଗୁଣ୍ଡା ଲଗାଇ ଆମ ଦଳର କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଏ ନେଇ ଏତଲା ଦେବାର ୭ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”

Related story