ବୌଦ୍ଧ: ଆଇନଜୀବୀ ହେମନ୍ତ ସାହୁ ହତ୍ୟା ଘଟଣାରେ ୩ ଗିରଫ

ବୌଦ୍ଧ: ଆଇନଜୀବୀ ହେମନ୍ତ ସାହୁ ହତ୍ୟା ମାମଲାରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ହେଲେ ଦୁର୍ଯ୍ୟୋଧନ ସାହୁ ଓ ତାଙ୍କ ମାଆ କୁନ୍ତୀ ସାହୁ। କନ୍ଧମାଳର ରାଇକିଆରୁ ୨ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଗିରଫ ଅନ୍ୟ ଅଭିଯୁକ୍ତ ଜଣଙ୍କ ମହିଳା ବୋଲି ଜଣାପଡିଛି। ବାଉଁଶୁଣୀ ଥାନା ବହିରା ଗାଁରେ ଗତ ୧୦ ତାରିଖରେ ମର୍ଣ୍ଣଂ ୱାକରେ ଯାଇଥିବା ବେଳେ ଆଇନଜୀବୀ ହେମନ୍ତଙ୍କୁ ହତ୍ୟା […]

boudha

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 12:36 PM IST

ବୌଦ୍ଧ: ଆଇନଜୀବୀ ହେମନ୍ତ ସାହୁ ହତ୍ୟା ମାମଲାରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ହେଲେ ଦୁର୍ଯ୍ୟୋଧନ ସାହୁ ଓ ତାଙ୍କ ମାଆ କୁନ୍ତୀ ସାହୁ। କନ୍ଧମାଳର ରାଇକିଆରୁ ୨ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଗିରଫ ଅନ୍ୟ ଅଭିଯୁକ୍ତ ଜଣଙ୍କ ମହିଳା ବୋଲି ଜଣାପଡିଛି। ବାଉଁଶୁଣୀ ଥାନା ବହିରା ଗାଁରେ ଗତ ୧୦ ତାରିଖରେ ମର୍ଣ୍ଣଂ ୱାକରେ ଯାଇଥିବା ବେଳେ ଆଇନଜୀବୀ ହେମନ୍ତଙ୍କୁ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତ ଆଇନଜୀବୀ ହେମନ୍ତ ସାହୁ ବିଜେପିର ପୂର୍ବତନ ବ୍ଲକ ସଭାପତି ମଧ୍ୟ ଥିଲେ।

ଆଇନଜୀବୀ ହେମନ୍ତଙ୍କ ହତ୍ୟା ଘଟଣା ପ୍ରତିବାଦରେ ଆଜିଠୁ ଓକିଲମାନେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଏ ନେଇ ଗତକାଲି ହାଇକୋର୍ଟ ବାର ଆସୋସିଏସନରେ ନିଷ୍ପତ୍ତି ହୋଇଥିଲା। ଏପରି କି ଗତକାଲି ଅପରାହ୍ନରୁ ହାଇକୋର୍ଟ ବାର ଆସୋସିଏସନ କୋର୍ଟ ବର୍ଜନ କରିଥିଲା। ଆନ୍ଦୋଳନକୁ ଭୁବନେଶ୍ୱର ବାର ଆସୋସିଏସନ ମଧ୍ୟ ସମର୍ଥନ କରିଛି।

Related story