ଶ୍ରୀମନ୍ଦିର ଭିତରେ ନାବାଳକ ନେଲା ସେଲଫି: ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

ପୁରୀ: ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଭିତରର ଦୃଶ୍ୟ। ଶ୍ରୀମନ୍ଦିର ଭିତରେ ଜଣେ ନାବାଳକ ସେଲଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି।ନାବାଳକ ଜଣଙ୍କ ନିଜକୁ ସିଂହାରୀ ସେବାୟତ ବୋଲି ପରିଚୟ ଦେଇଛି। ସବୁଠୁ ବଡ଼ କଥା ହେଉଛି ଏହି ଫଟୋ ଗୋଟିଏ ଦିନର ନୁହେଁ। ଭିନ୍ନ ଭିନ୍ନ ସମୟରେ ଏହି ଫଟୋ ଉଠାଯାଇଛି। ସେଲଫିରେ ଥିବା ନାବାଳକଙ୍କ ପୋଷାକ ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି। କାରଣ ନାବାଳକଟି ଭିନ୍ନ ଭିନ୍ନ ଟିସାର୍ଟ ପିନ୍ଧି ଏହି ଫଟୋ ଉଠାଇଛି। […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 11:59 AM IST

ପୁରୀ: ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଭିତରର ଦୃଶ୍ୟ। ଶ୍ରୀମନ୍ଦିର ଭିତରେ ଜଣେ ନାବାଳକ ସେଲଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି।ନାବାଳକ ଜଣଙ୍କ ନିଜକୁ ସିଂହାରୀ ସେବାୟତ ବୋଲି ପରିଚୟ ଦେଇଛି। ସବୁଠୁ ବଡ଼ କଥା ହେଉଛି ଏହି ଫଟୋ ଗୋଟିଏ ଦିନର ନୁହେଁ। ଭିନ୍ନ ଭିନ୍ନ ସମୟରେ ଏହି ଫଟୋ ଉଠାଯାଇଛି। ସେଲଫିରେ ଥିବା ନାବାଳକଙ୍କ ପୋଷାକ ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି। କାରଣ ନାବାଳକଟି ଭିନ୍ନ ଭିନ୍ନ ଟିସାର୍ଟ ପିନ୍ଧି ଏହି ଫଟୋ ଉଠାଇଛି।

ଏହି ଫଟୋ ଭାଇରାଲ୍ ହେବା ପରେ ପୋଲିସର ତନାଘନା ଆରମ୍ଭ କରିଛି। ପୁରୀ ଏସପି କହିଛନ୍ତି, “ଟେମ୍ପୁଲ୍ ଆକ୍ଚ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯିବ।”

Related story