ଫୁଲୁଛି ବ୍ରାହ୍ମଣୀ: ବରୀ ଓ ବିଞ୍ଝାରପୁର ବ୍ଲକର ତଳିଆ ଅଞ୍ଚଳରେ ପଶିଲା ବନ୍ୟା ଜଳ

ଯାଜପୁର: ଡରାଉଛି ବ୍ରାହ୍ମଣୀ। ଯାଜପୁର ଜିଲ୍ଲା ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ପାର କରିଛି। ସେହିପରି ବିଞ୍ଝାରପୁରଠାରେ ଖରସ୍ରୋତା ନଦୀ ବି ଧୀରେ ଧୀରେ ବଢୁଛି।  ଫଳରେ ବରୀ ଓ ବିଞ୍ଝାରପୁର ବ୍ଲକରେ ବନ୍ୟା ପାଣି ତଳିଆ ଅଞ୍ଚଳରେ ପଶିବାରେ ଲାଗିଛି। ବହୁ ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ଜେନାପୁରଠାରେ ବ୍ରାହ୍ଣଣୀର ବିପଦ ସଙ୍କେତ ୬୭ଫୁଟ ଥିବା ବେଳେ ୬୭.୬ ଫୁଟ ଉପରେ ପ୍ରବାହିତ ହେଉଛି।  ବରୀ ଓ ବିଞ୍ଝାରପୁର ବ୍ଲକରେ […]

flood

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 08:29 AM IST

ଯାଜପୁର: ଡରାଉଛି ବ୍ରାହ୍ମଣୀ। ଯାଜପୁର ଜିଲ୍ଲା ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ପାର କରିଛି। ସେହିପରି ବିଞ୍ଝାରପୁରଠାରେ ଖରସ୍ରୋତା ନଦୀ ବି ଧୀରେ ଧୀରେ ବଢୁଛି।  ଫଳରେ ବରୀ ଓ ବିଞ୍ଝାରପୁର ବ୍ଲକରେ ବନ୍ୟା ପାଣି ତଳିଆ ଅଞ୍ଚଳରେ ପଶିବାରେ ଲାଗିଛି। ବହୁ ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି।

ଜେନାପୁରଠାରେ ବ୍ରାହ୍ଣଣୀର ବିପଦ ସଙ୍କେତ ୬୭ଫୁଟ ଥିବା ବେଳେ ୬୭.୬ ଫୁଟ ଉପରେ ପ୍ରବାହିତ ହେଉଛି।  ବରୀ ଓ ବିଞ୍ଝାରପୁର ବ୍ଲକରେ ଆଗୁଆ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି।  ଯଦି ଦରକାର ପଡେ ଆହୁରି ଅଧିକ ସଂଖ୍ୟକ ଓଡ୍ରାଫ ଟିମ୍  ପଠାଯିବ।

ବ୍ଳକ୍ ପ୍ରଶାସନକୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  ବନ୍ୟା ଯୋଗୁ ନଈ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Related story