ମର୍ଦ୍ଦାନୀ ମହିଳା: ସ୍ୱାମୀଙ୍କୁ ବଞ୍ଚାଇବାକୁ ଫୁଟାଇଲେ ବନ୍ଧୁକ, ଦେଖନ୍ତୁ ଭିଡିଓ

<p>ଆବିଦ ଅଲ୍ଲୀଙ୍କ ମୁଖ୍ୟ ଦ୍ୱାରକୁ କେହି ଜଣେ ଖଡ ଖଡ କଲା। ଗେଟ୍&zwnj; ବାହାରେ ଜଣେ କିଏ ଠିଆ ହୋଇଥିଲେ। ଆବିଦ ତାଙ୍କ ନିକଟକୁ ଗଲେ। ଚାବି ନେଇ ମୁଖ୍ୟ ଦ୍ୱାରଟି ଖୋଲିବା ପରେ ଆରମ୍ଭ ହେଲା ଆକ୍ରମଣ। ଗେଟ୍&zwnj; ସେପଟେ ଲୁଚି ରହିଥିଲେ କିଛି ଦୁର୍ବୃତ୍ତ।ମୁହଁରେ ଗୁଡାଇଥିଲେ କଳାକପଡା। ଚାହିଁଲେବି କେହି ତାଙ୍କୁ ଚିହ୍ନି ପରିବେନି। ଧୂମ୍&zwnj; ପିଟିବା ପରେ ସେ ଆବିଦ୍&zwnj;ଙ୍କୁ ଘୋଷାଡି ଘୋଷାଡି କେଉଁଠିକି ନେଇଯିବାକୁ ଉଦ୍ୟମ କରିବା ସମୟରେ ଏଣ୍ଟ୍ରି କଲେ ଜଣେ ମହିଳା। ହାତରେ ଥିଲା ବନ୍ଧୁକ। ସଙ୍ଗେ ସଙ୍ଗେ ଆରମ୍ଭ ହେଲା ଗୁଳି ବର୍ଷା। ଆବିଦଙ୍କୁ ବଞ୍ଚାଇବା ପାଇଁ ସେ ସଇତାନ୍&zwnj;ମାନଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କଲେ। ଶେଷରେ ସେ ବନ୍ଧୁକର ଗୁଳିକୁ ଡରି ଗୁଣ୍ଡାମାନେ ସେ ସ୍ଥାନ ଛାଡି ଚାଲିଗଲେ। ଆପଣ ଭାବୁଥିବେ ଏ ସବୁ ଦୃଶ୍ୟ ବାସ୍ତବରେ। ସେମିତି ନୁହେଁ। ସେ ମର୍ଦ୍ଦାନୀ ମହିଳା ଜଣଙ୍କ କିଏ ଜାଣନ୍ତି? ସେ ହିରୋଇନ୍&zwnj; ଜଣଙ୍କ ହେଉଛନ୍ତି ଆବିଦଙ୍କ ଧର୍ମପତ୍ନୀ। ଘଟଣାଟି ଘଟିଛି ଲଖନଉର କାକୋରିରେ। ଆବିଦଙ୍କ ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏ ଜଘନ୍ୟ କାଣ୍ଡର ସମସ୍ତ ଦୃଶ୍ୟ କଏଦ ହୋଇ ରହିଛି। ଯାହାକୁ ଦେଖି ଆପଣ ନିଶ୍ଚିତ କହିବେ ସାବାସ୍ ଧର୍ମପତ୍ନୀ। (ଦେଖନ୍ତୁ ଭିଡିଓ)</p> <p>ସୂଚନା ଅନୁଯାୟୀ ଆବିଦ ଜଣେ ସାମ୍ବାଦିକ। ୧୧ମାସର ଏଗ୍ରିମେଣ୍ଟ କରି ସେ ଘର ଭଡା ନେଇଥିଲେ। କିନ୍ତୁ ସେ କେବେ ଭଡା ଦିଅନ୍ତି ନାହିଁ କି ଘରକୁ ଛାଡିବା ପାଇଁ ମଧ୍ୟ ରାଜି ହୁଅନ୍ତି ନାହିଁ। ଏଥି ପାଇଁ ଘର ମାଲିକ ସହ ତାଙ୍କର ଝଗଡା ମଧ୍ୟ ହୋଇଥିଲା। ଘର ମାଲିକ ରାଗ ରଖି ଗୁଣ୍ଡା ପଠାଇ ତାଙ୍କୁ ଆକ୍ରମଣ କରିଥିବାର ସନ୍ଦେହ କରାଯାଉଛି। ପୋଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି।</p>

Ordigital Desk
  • Published: Wednesday, 07 February 2018
  • Updated: 07 February 2018, 12:43 PM IST

Sports

Latest News

<p>ଆବିଦ ଅଲ୍ଲୀଙ୍କ ମୁଖ୍ୟ ଦ୍ୱାରକୁ କେହି ଜଣେ ଖଡ ଖଡ କଲା। ଗେଟ୍&zwnj; ବାହାରେ ଜଣେ କିଏ ଠିଆ ହୋଇଥିଲେ। ଆବିଦ ତାଙ୍କ ନିକଟକୁ ଗଲେ। ଚାବି ନେଇ ମୁଖ୍ୟ ଦ୍ୱାରଟି ଖୋଲିବା ପରେ ଆରମ୍ଭ ହେଲା ଆକ୍ରମଣ। ଗେଟ୍&zwnj; ସେପଟେ ଲୁଚି ରହିଥିଲେ କିଛି ଦୁର୍ବୃତ୍ତ।ମୁହଁରେ ଗୁଡାଇଥିଲେ କଳାକପଡା। ଚାହିଁଲେବି କେହି ତାଙ୍କୁ ଚିହ୍ନି ପରିବେନି। ଧୂମ୍&zwnj; ପିଟିବା ପରେ ସେ ଆବିଦ୍&zwnj;ଙ୍କୁ ଘୋଷାଡି ଘୋଷାଡି କେଉଁଠିକି ନେଇଯିବାକୁ ଉଦ୍ୟମ କରିବା ସମୟରେ ଏଣ୍ଟ୍ରି କଲେ ଜଣେ ମହିଳା। ହାତରେ ଥିଲା ବନ୍ଧୁକ। ସଙ୍ଗେ ସଙ୍ଗେ ଆରମ୍ଭ ହେଲା ଗୁଳି ବର୍ଷା। ଆବିଦଙ୍କୁ ବଞ୍ଚାଇବା ପାଇଁ ସେ ସଇତାନ୍&zwnj;ମାନଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କଲେ। ଶେଷରେ ସେ ବନ୍ଧୁକର ଗୁଳିକୁ ଡରି ଗୁଣ୍ଡାମାନେ ସେ ସ୍ଥାନ ଛାଡି ଚାଲିଗଲେ। ଆପଣ ଭାବୁଥିବେ ଏ ସବୁ ଦୃଶ୍ୟ ବାସ୍ତବରେ। ସେମିତି ନୁହେଁ। ସେ ମର୍ଦ୍ଦାନୀ ମହିଳା ଜଣଙ୍କ କିଏ ଜାଣନ୍ତି? ସେ ହିରୋଇନ୍&zwnj; ଜଣଙ୍କ ହେଉଛନ୍ତି ଆବିଦଙ୍କ ଧର୍ମପତ୍ନୀ। ଘଟଣାଟି ଘଟିଛି ଲଖନଉର କାକୋରିରେ। ଆବିଦଙ୍କ ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏ ଜଘନ୍ୟ କାଣ୍ଡର ସମସ୍ତ ଦୃଶ୍ୟ କଏଦ ହୋଇ ରହିଛି। ଯାହାକୁ ଦେଖି ଆପଣ ନିଶ୍ଚିତ କହିବେ ସାବାସ୍ ଧର୍ମପତ୍ନୀ। (ଦେଖନ୍ତୁ ଭିଡିଓ)</p><p>ସୂଚନା ଅନୁଯାୟୀ ଆବିଦ ଜଣେ ସାମ୍ବାଦିକ। ୧୧ମାସର ଏଗ୍ରିମେଣ୍ଟ କରି ସେ ଘର ଭଡା ନେଇଥିଲେ। କିନ୍ତୁ ସେ କେବେ ଭଡା ଦିଅନ୍ତି ନାହିଁ କି ଘରକୁ ଛାଡିବା ପାଇଁ ମଧ୍ୟ ରାଜି ହୁଅନ୍ତି ନାହିଁ। ଏଥି ପାଇଁ ଘର ମାଲିକ ସହ ତାଙ୍କର ଝଗଡା ମଧ୍ୟ ହୋଇଥିଲା। ଘର ମାଲିକ ରାଗ ରଖି ଗୁଣ୍ଡା ପଠାଇ ତାଙ୍କୁ ଆକ୍ରମଣ କରିଥିବାର ସନ୍ଦେହ କରାଯାଉଛି। ପୋଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos