ଜାଣନ୍ତୁ କେଉଁ ରଙ୍ଗର ଅଣ୍ଡା ଅଧିକ ସ୍ୱାସ୍ଥ୍ୟକର? ଧଳା ନା ମାଟିଆ

ଯଦି କାହାକୁ ପଚରାଯାଏ ଯେ କେଉଁ ରଙ୍ଗର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ, ତା’ହେଲେ ତୁରନ୍ତ ଉତ୍ତର ମିଳିବ ମାଟିଆ ରଙ୍ଗର ଅଣ୍ଡା। ଏଗୁଡ଼ିକୁ ଦେଶୀ ଅଣ୍ଡା ମଧ୍ୟ କୁହାଯାଏ, ଯାହା ଧଳା ଅଣ୍ଡାଠାରୁ ସ୍ୱାସ୍ଥ୍ୟକର। କିନ୍ତୁ ଏହା କ’ଣ ସତ? ଧଳା ଅଣ୍ଡା ଅପେକ୍ଷା ମାଟିଆ ରଙ୍ଗର ଅଣ୍ଡାରେ କ’ଣ ସତରେ ଅଧିକ ପୋଷକ ତତ୍ତ୍ୱ ଥାଏ? ଆଜି ଏହି ଆଲେଖ୍ୟ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ କେଉଁ ଅଣ୍ଡା ଅଧିକ ଭଲ ଓ […]

egg copy

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 11:25 AM IST

ଯଦି କାହାକୁ ପଚରାଯାଏ ଯେ କେଉଁ ରଙ୍ଗର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ, ତା’ହେଲେ ତୁରନ୍ତ ଉତ୍ତର ମିଳିବ ମାଟିଆ ରଙ୍ଗର ଅଣ୍ଡା। ଏଗୁଡ଼ିକୁ ଦେଶୀ ଅଣ୍ଡା ମଧ୍ୟ କୁହାଯାଏ, ଯାହା ଧଳା ଅଣ୍ଡାଠାରୁ ସ୍ୱାସ୍ଥ୍ୟକର। କିନ୍ତୁ ଏହା କ’ଣ ସତ? ଧଳା ଅଣ୍ଡା ଅପେକ୍ଷା ମାଟିଆ ରଙ୍ଗର ଅଣ୍ଡାରେ କ’ଣ ସତରେ ଅଧିକ ପୋଷକ ତତ୍ତ୍ୱ ଥାଏ? ଆଜି ଏହି ଆଲେଖ୍ୟ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ କେଉଁ ଅଣ୍ଡା ଅଧିକ ଭଲ ଓ କେଉଁଥିରେ ଅଧିକ ପୋଷକ ତତ୍ତ୍ୱ ରହିଛି। ଏହା ସହିତ ଅଣ୍ଡାକୁ ନେଇ ଥିବା ଏକ ଭ୍ରାନ୍ତ ଧାରଣା ଆପଣଙ୍କ ମନରୁ ଚାଲିଯିବ।

ଅଣ୍ଡାର ରଙ୍ଗ ମାଟିଆ କ’ଣ ପାଇଁ ହୋଇଥାଏ?

ଅଣ୍ଡାର ରଙ୍ଗ ଜେନେଟିକ୍ସ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଏହାଛଡ଼ା ପରିବେଶ, ଆହାର ଓ କୁକୁଡ଼ାର ଉତ୍ତେଜନାର ସ୍ତର ପରି ଅନ୍ୟ କାରକ ମଧ୍ୟ ଅଣ୍ଡାର ବାହ୍ୟ ଆବରଣର ରଙ୍ଗ ଉପରେ ପ୍ରଭାବ ପକାଇଥାଏ।

ମାଟିଆ ଅଣ୍ଡା କ’ଣ ଅଧିକ ସ୍ୱାସ୍ଥ୍ୟକର?

ଅଧିକାଂଶ ଲୋକ ଧଳା ଅଣ୍ଡା ବଦଳରେ ମାଟିଆ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ସେମାନଙ୍କ କହିବା ଅନୁଯାୟୀ ଧଳା ଅଣ୍ଡା ଅପେକ୍ଷା ମାଟିଆ ରଙ୍ଗ ଅଣ୍ଡା ଅଧିକ ପୁଷ୍ଟିକର। କିନ୍ତୁ ଏହା ସତ ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ସବୁ ଅଣ୍ଡାରେ ସମାନ ପରିମାଣରେ ଭିଟାମିନ୍, ମିନେରାଲ ଓ ପ୍ରୋଟିନ୍‌ ଥାଏ। ସବୁ ଅଣ୍ଡାରେ ସମାନ କ୍ୟାଲୋରୀ ଥାଏ। ଆଣ୍ଡାର ବାହ୍ୟ ଆବରଣର ରଙ୍ଗ ଏହାର ପୋଷକତତ୍ତ୍ୱକୁ ପ୍ରଭାବିତ କରେ ନାହିଁ।

କେଉଁଟି ଅଧିକ ସ୍ୱାଦିଷ୍ଟ?

ଅଣ୍ଡାର ବାହ୍ୟ ଆବରଣର ରଙ୍ଗ ଯେପରି ଏହାର ପୋଷକ ତତ୍ତ୍ୱକୁ ପ୍ରଭାବିତ କରେ ନାହିଁ, ସେହିଭଳି ଏହାର ସ୍ୱାଦକୁ ମଧ୍ୟ ପ୍ରଭାବିତ କରି ନଥାଏ। ମାଟିଆ ଓ ଧଳା ରଙ୍ଗର ଅଣ୍ଡାର ସ୍ୱାଦ ମଧ୍ୟରେ ସେମିତି କିଛି ବଡ଼ ଅନ୍ତର ନଥାଏ। ତେବେ କୁକୁଡ଼ାମାନେ ଖାଉଥିବା ଖାଦ୍ୟ ଅଣ୍ଡାର ସ୍ୱାଦକୁ ପ୍ରଭାଭିତ କରିଥାଏ। ଅଣ୍ଡାର ସ୍ୱାଦ ଓ ପୋଷକ ତତ୍ତ୍ୱକୁ ସଂରକ୍ଷିତ ରଖିବା ପାଇଁ ଏହାକୁ କମ୍‌ ତାପମାତ୍ରାରେ ରଖନ୍ତୁ।

 

Related story