ଅଫର ଦେଇ ଲୁଚାଇ ଦେଲେ! ପରେ ବିକି ଫାଇଦା ମାରିବେ!!

ଭୁବନେଶ୍ୱର: ବିଏସ୍‌-୩ ଗାଡ଼ିକୁ ଏବେ ଅନେକ ଚର୍ଚ୍ଚା ଜାରି ରହିଛି। ମାର୍ଚ୍ଚ ମାସର ଶେଷ ଦୁଇ ଦିନରେ ସ୍ୱତନ୍ତ୍ର ରିହାତି ଯୋଗେ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକର ପଞ୍ଜୀକରଣ ହୋଇପାରୁନାହିଁ। ପରିବହନ ବିଭାଗର ଅନ୍‌ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କ୍ରାସ୍ ହୋଇଯାଇଛି। ଖବର ଆସିଛି ଗାଡ଼ିଗୁଡ଼ିକର ବିକ୍ରି ଉପରେ କଟକଣା ଜାରି ପରେ କଂପାନୀଗୁଡ଼ିକ ବହୁତ କ୍ଷତି ସହିଛନ୍ତି। ଏହା ବି ଶୁଣିବାକୁ ମିଳୁଛି ଯେ ବିଏସ୍‌-୩ ଗାଡ଼ି କିଣିଥିବା ଗ୍ରାହକମାନେ ଆଗକୁ ଅସୁବିଧାରେ ପଡ଼ିବେ। ଏ ପ୍ରକାର ଗାଡ଼ି […]

-Bikes (1)

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 09:39 AM IST

ଭୁବନେଶ୍ୱର: ବିଏସ୍‌-୩ ଗାଡ଼ିକୁ ଏବେ ଅନେକ ଚର୍ଚ୍ଚା ଜାରି ରହିଛି। ମାର୍ଚ୍ଚ ମାସର ଶେଷ ଦୁଇ ଦିନରେ ସ୍ୱତନ୍ତ୍ର ରିହାତି ଯୋଗେ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକର ପଞ୍ଜୀକରଣ ହୋଇପାରୁନାହିଁ। ପରିବହନ ବିଭାଗର ଅନ୍‌ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କ୍ରାସ୍ ହୋଇଯାଇଛି। ଖବର ଆସିଛି ଗାଡ଼ିଗୁଡ଼ିକର ବିକ୍ରି ଉପରେ କଟକଣା ଜାରି ପରେ କଂପାନୀଗୁଡ଼ିକ ବହୁତ କ୍ଷତି ସହିଛନ୍ତି। ଏହା ବି ଶୁଣିବାକୁ ମିଳୁଛି ଯେ ବିଏସ୍‌-୩ ଗାଡ଼ି କିଣିଥିବା ଗ୍ରାହକମାନେ ଆଗକୁ ଅସୁବିଧାରେ ପଡ଼ିବେ। ଏ ପ୍ରକାର ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି ହୋଇପାରେ। ଏ ସବୁ ଭିତରେ ଆଉ ଗୋଟିଏ କଥା ବି ଶୁଣିବାକୁ ମିଳୁଛି। ମାର୍କେଟରେ ଥିବା ବିଏସ୍‌-୩ ବାଇକ୍‌ଗୁଡ଼ିକୁ ଏପ୍ରିଲ୍ ୧ ତାରିଖ ପୂର୍ବରୁ ଗାଡ଼ି କଂପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା ମାର୍ଚ୍ଚ ମାସର ଶେଷ ଦୁଇ ଦିନରେ। ସେଥିପାଇଁ ୫ ହଜାରରୁ ଆରମ୍ଭ କରି ୨୨ ହଜାର ପର୍ଯ୍ୟନ୍ତ ରିହାତି ଅଫର ରଖାଯାଇଥିଲା। ଏଥିପାଇଁ ରାଜ୍ୟ ସହିତ ଦେଶର ବିଭିନ୍ନ ଶୋ’ ରୁମ୍ ସମ୍ମୁଖରେ ଭିଡ଼ ଲାଗିଥିଲା। ଅନେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବାକୁ ଶୋ’ରୁମ୍ କର୍ତ୍ତୃପକ୍ଷ ନାକେଦମ ହୋଇଯାଇଥିଲେ। କିଛି ଶୋ’ରୁମରେ ଲୋକେ ପହଞ୍ଚିଲା ବେଳକୁ ଗାଡ଼ି ବିକ୍ରି ହୋଇଯାଇଥିଲା ବୋଲି କୁହାଯାଉଛି। ଶୁଣାଯାଉଛି କିଛି ଡିଲର ଓ ଶୋ’ରୁମ ନିଜ ପାଖରେ କାମ କରୁଥିବା ପିଲା ତଥା ଚିହ୍ନା ଜଣାଙ୍କୁ ଏ ଗାଡ଼ି ବିକ୍ରି କରି ଦେଇଛନ୍ତି। ତେବେ ଏ ବିକ୍ରି କେବଳ ନାଁକୁ। ଅର୍ଥାତ ମାହୋଲ ଥଣ୍ଡା ପଡ଼ି ଯିବା ପରେ ସେମାନେ ଏ ବାଇକ୍‌ଗୁଡ଼ିକୁ ମୂଳଦାମରୁ ୧୦,୦୦୦ ଅବା ତା’ଠୁ ଟିକେ ଅଧିକ ଟଙ୍କା କମ୍‌ରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନେ ଗାଡ଼ିଗୁଡ଼ିକୁ ଅନ୍ୟତ୍ର ଲୁଚାଇ ଦେଇଛନ୍ତି। ଆଠ ଦଶ ହଜାର କମାଇ ବିକିଲେ ବି ଲୋକେ ନେଇଯିବେ ବୋଲି ସେମାନେ ଜାଣିଛନ୍ତି।

Related story