ବିଏସ୍‌ଇ ୱେବସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ ଆଡମିଟ୍‌ କାର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବାର୍ଡ) ପକ୍ଷରୁ ୱେବସାଇଟ୍‌ରେ ଆଜିଠାରୁ ମାଟ୍ରିକ ଆଡମିଟ୍‌ କାର୍ଡ ଉପଲବ୍ଧ ହେଉଛି। www.bseodisha.nic.in ରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ। ଛାତ୍ରଛାତ୍ରୀ ୟୁନିକ୍ୟୁ ଆଇଡିଣ୍ଟିଫିକେସନ ନମ୍ବର (UIN) ଓ ଜନ୍ମ ତାରିଖ ବ୍ୟବହାର କରି ନିଜ ଆଡିମିଟ୍‌ କାର୍ଡ ଡାଉନଲୋଡ଼ କରିପାରିବେ। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖରୁ ଡାଉନଲୋଡ ଆର୍ଡମିଟ୍‌ କାର୍ଡରେ ଦସ୍ତଖତ କରାଇବା ବାଧ୍ୟତାମୂଳକ କରାଯାଇଛି। ଏହାସହ ବୋର୍ଡ ପକ୍ଷରୁ […]

matric

Rakesh Mallick
  • Published: Tuesday, 07 February 2017
  • , Updated: 07 February 2017, 05:46 PM IST

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବାର୍ଡ) ପକ୍ଷରୁ ୱେବସାଇଟ୍‌ରେ ଆଜିଠାରୁ ମାଟ୍ରିକ ଆଡମିଟ୍‌ କାର୍ଡ ଉପଲବ୍ଧ ହେଉଛି। www.bseodisha.nic.in ରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ। ଛାତ୍ରଛାତ୍ରୀ ୟୁନିକ୍ୟୁ ଆଇଡିଣ୍ଟିଫିକେସନ ନମ୍ବର (UIN) ଓ ଜନ୍ମ ତାରିଖ ବ୍ୟବହାର କରି ନିଜ ଆଡିମିଟ୍‌ କାର୍ଡ ଡାଉନଲୋଡ଼ କରିପାରିବେ। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖରୁ ଡାଉନଲୋଡ ଆର୍ଡମିଟ୍‌ କାର୍ଡରେ ଦସ୍ତଖତ କରାଇବା ବାଧ୍ୟତାମୂଳକ କରାଯାଇଛି।

ଏହାସହ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡର ହାର୍ଡ କପି ମଧ୍ୟ ଯୋଗାଇ ଦିଆଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡଃ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଆଜିଠାରୁ ରେଗୁଲାର ଓ କରେସପଣ୍ଡେଣ୍ଟ ପିଲାମାନଙ୍କ ଆଡମିଟ୍‌ କାର୍ଡ ୱେବସାଇଟ୍‌ରେ ଛାଡିଛୁ। ୟୁଆଇଏନ୍‌ ଓ ଜନ୍ମ ତାରିଖ ଦେଇ ଏହା ଡାଉନଲୋଡ କରିପାରିବେ। ସାଧାରଣତଃ ପିଲାମାନଙ୍କୁ ୟୁଆଇଏନ ନମ୍ବର ଜଣା ନ ଥାଏ। ତେଣୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ପିଲାମାନେ ନିଜ ଆଡମିଟ୍‌ କାର୍ଡ ଡାଉନଲୋଡ଼ କରିପାରିବେ।”

ସେ କହିଛନ୍ତି,“ରେଗୁଲାର ପିଲାଙ୍କ ଡାଉନଲୋଡ ଆଡମିଟ୍‌ କାର୍ଡରେ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦସ୍ତଖତ ରହିବା ଦରକାର। ସେହିପରି କରେସପଣ୍ଡେଣ୍ଟ ପିଲାମାନଙ୍କ ଡାଉନଲୋଡ ଆଡମିଟ୍‌ କାର୍ଡରେ ଜୋନାଲ ଡେପୁଟି ସେକ୍ରେଟାରୀଙ୍କ ଦସ୍ତଖତ ରହିବା ଦରକାର। ଆମେ ସ୍କୁଲକୁ ହାର୍ଡ କପି ମଧ୍ୟ ପଠାଇବୁ। ଏହା ପିଲାମାନେ ପାଇବା ବେଳକୁ ଫେବୃୟାରୀ ୨୨ ତାରିଖ ହୋଇଯିବ।

Related story