ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବି; ସଙ୍କଳ୍ପ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ସଙ୍କଳ୍ପ ପ୍ରସ୍ତାବ ଉପରେ ଆଜି ବିଧାନସଭାରେ ହୋଇପାରେ ଆଲୋଚନା। ଗତକାଲି ବାଚସ୍ପତି ଡାକିଥିବା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକକୁ ବିରୋଧୀଦଳ ନେତା ନରସିଂହ ମିଶ୍ର ନଯାଇ ଇସ୍ତଫା ଦେଇଥିଲେ। ପରେ ନରସିଂହଙ୍କୁ ମନାଇବା ପାଇଁ ଶାସକ ଦଳ ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ନରସିଂହ ମାନି ନଥିଲେ। ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଥିଲେ,“ବିରୋଧୀ ଦଳ ନେତା ରାଜି ହୋଇଛନ୍ତି। ପ୍ରଶ୍ନକାଳ ପରେ ଏନେଇ ଆଲୋଚନା […]

Odisha-Assembly-5-1

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 09:26 AM IST

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ସଙ୍କଳ୍ପ ପ୍ରସ୍ତାବ ଉପରେ ଆଜି ବିଧାନସଭାରେ ହୋଇପାରେ ଆଲୋଚନା। ଗତକାଲି ବାଚସ୍ପତି ଡାକିଥିବା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକକୁ ବିରୋଧୀଦଳ ନେତା ନରସିଂହ ମିଶ୍ର ନଯାଇ ଇସ୍ତଫା ଦେଇଥିଲେ। ପରେ ନରସିଂହଙ୍କୁ ମନାଇବା ପାଇଁ ଶାସକ ଦଳ ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ନରସିଂହ ମାନି ନଥିଲେ।

ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଥିଲେ,“ବିରୋଧୀ ଦଳ ନେତା ରାଜି ହୋଇଛନ୍ତି। ପ୍ରଶ୍ନକାଳ ପରେ ଏନେଇ ଆଲୋଚନା ହେବ।”

ଗତକାଲି ସଙ୍କଳ୍ପ ପ୍ରସ୍ତାବ ଆଲୋଚନା ଦାବିରେ ବିରୋଧୀ ଗୃହକୁ ମୁଲତବି କରିଥିଲେ। ଫଳରେ ଗୃହ ବାରମ୍ୱାର ମୁଲତବି ହୋଇଥିଲା। ଏହି ହଙ୍ଗାମା ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଛି।

Related story