ମେଡିକାଲରେ ଶିଶୁ ଅଦଳବଦଳ ଘଟଣା: ମୃତ ଶିଶୁର ଡିଏନଏ ଟେଷ୍ଟ କରିବାକୁ  ବୁର୍ଲା ପୋଲିସ୍‌ର ନିଷ୍ପତ୍ତି

ସମ୍ବଲପୁର: ବୁର୍ଲା  ଭିମସାର ଏସ.ଏନ.ସି.ୟୁରେ ଶିଶୁ କନ୍ୟା ଅଦଳବଦଳ ଅଭିଯୋଗ ଘଟଣାର ଡିଏନଏ ପରୀକ୍ଷା କରାଯିବ। ବୁର୍ଲା ପୋଲିସ୍ ଏ ନେଇ ଆଜି ସୂଚନା ଦେଇଛି। ଏଥି ସହିତ ପୋଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଭିଯୋଗକାରୀ ଦମ୍ପତ୍ତିଙ୍କର ଅଭିଯୋଗ ଓ ଦାବି ଆଧାରରେ ଡିଏନଏ ପରୀକ୍ଷା କରାଯିବ ବୋଲି ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି। ଉଭୟ ଶିଶୁକନ୍ୟାଙ୍କର ଭର୍ତ୍ତିକାଳୀନ କାଗଜପତ୍ର ଓ ମୃତ୍ୟୁ ପୂର୍ବରୁ ଏବଂ ପରେ ରକ୍ତ […]

medical

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 10:38 AM IST

ସମ୍ବଲପୁର: ବୁର୍ଲା  ଭିମସାର ଏସ.ଏନ.ସି.ୟୁରେ ଶିଶୁ କନ୍ୟା ଅଦଳବଦଳ ଅଭିଯୋଗ ଘଟଣାର ଡିଏନଏ ପରୀକ୍ଷା କରାଯିବ। ବୁର୍ଲା ପୋଲିସ୍ ଏ ନେଇ ଆଜି ସୂଚନା ଦେଇଛି। ଏଥି ସହିତ ପୋଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଭିଯୋଗକାରୀ ଦମ୍ପତ୍ତିଙ୍କର ଅଭିଯୋଗ ଓ ଦାବି ଆଧାରରେ ଡିଏନଏ ପରୀକ୍ଷା କରାଯିବ ବୋଲି ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି।

ଉଭୟ ଶିଶୁକନ୍ୟାଙ୍କର ଭର୍ତ୍ତିକାଳୀନ କାଗଜପତ୍ର ଓ ମୃତ୍ୟୁ ପୂର୍ବରୁ ଏବଂ ପରେ ରକ୍ତ ଗ୍ରୁପ ପରୀକ୍ଷା କରାଯାଇଥିଲା। ତା’ ସତ୍ତ୍ୱେ ବି ଅଭିଯୋଗକାରୀ ଦମ୍ପତି ମୃତ ଶିଶୁକନ୍ୟା ସେମାନଙ୍କର ନୁହେଁ ବୋଲି କହିଛନ୍ତି ଏବଂ ୧୭ ନମ୍ୱର ବେଡ୍‌ରେ ଥିବା ଶିଶୁ କନ୍ୟାଟି ସେମାନଙ୍କର ବୋଲି ଦାବି କରୁଥିବାରୁ ପୋଲିସ୍ ଡିଏନଏ ପରୀକ୍ଷା  କରିବାକୁ ନିଷ୍ପତ୍ତି ନେଇଛି।

 ସୂଚନାଯୋଗ୍ୟ, ଗତକାଲି ଦିନ ୧୧ଟାରେ  ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳର ଗଗନ ବିହାରୀ ପାତ୍ର ତାଙ୍କ ଶିଶୁ କନ୍ୟା ଅସୁସ୍ଥ ଥିବାରୁ ତାର ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତି ୯ଟାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ତେବେ ମୃତ ଶିଶୁଟି ତାଙ୍କର ନୁହେଁ ବୋଲି ଗଗନ ଦାବି କରିଥିଲେ।ତାଙ୍କ ଛୁଆକୁ ବଦଳାଇ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏସ.ଏନ.ସି.ୟୁରେ ୧୭ ନମ୍ୱର ବେଡ୍‌ରେ ଥିବା ଶିଶୁ କନ୍ୟା ତାଙ୍କର ବୋଲି  ସେ ଦାବି କରିଥିଲେ।

ଅନ୍ୟପକ୍ଷରେ  ୧୭ ନମ୍ୱର ବେଡ୍‌ରେ  ଚିକିତ୍ସିତ ହେଉଥିବା ଶିଶୁଟିର ବାପା-ମା’ ପିଲା ତାଙ୍କର ବୋଲି କହିଥିଲେ। ଶିଶୁ ଅଦଳବଦଳ ଅଭିଯୋଗ ହେବା ପରେ ଶନିବାର ବିଳମ୍ୱିତ ରାତିରେ ବୁର୍ଲା ଏସଡିପିଓଙ୍କ ସମେତ ଥାନା ଅଧିକାରୀ ହସପିଟାଲକୁ ଯାଇ ତଦନ୍ତ କରିଥିଲେ।

Related story