ବୁର୍ଲା ମେଡିକାଲରେ ସଂକ୍ରମିତ ରକ୍ତଦାନ ବିବାଦ: ଚାରିଦିନରେ ବଦଳି ଗଲା ରକ୍ତ ନମୂନା ପରୀକ୍ଷା ଫଳ

ସମ୍ବଲପୁର: ବୁର୍ଲା ମେଡିକାଲରେ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟିସ ସଂକ୍ରମିତ ରକ୍ତ ଦିଆଯିବା ଘଟଣା ଆଜି ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ଜଣଙ୍କର ରକ୍ତ ନମୂନାର ଦ୍ୱିତୀୟ ଏଲିସା ପରୀକ୍ଷା ରିପୋର୍ଟ ଆସିଛି। ଆଶ୍ଚର୍ଯ୍ୟଜନକ ଭାବେ ୪ ଦିନ ମଧ୍ୟରେ ରକ୍ତ ପରୀକ୍ଷାର ରିପୋର୍ଟ ବଦଳି ଯାଇଛି। ଗତ ୧୨ ତାରିଖରେ ହୋଇଥିବା ପ୍ରଥମ ଏଲିସା ଟେଷ୍ଟରେ ଯେଉଁ ବ୍ୟକ୍ତିଙ୍କର ରକ୍ତନମୂନା ହେପାଟାଇଟିସ୍‌-ସି ପଜିଟିଭ୍‌ ବୋଲି ରିପୋର୍ଟ ଆସିଥିଲା ଦ୍ୱିତୀୟ ଏଲିସା ଟେଷ୍ଟରେ ତାହା ନେଗେଟିଭ୍‌ […]

burla medical-issue

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 10:01 PM IST

ସମ୍ବଲପୁର: ବୁର୍ଲା ମେଡିକାଲରେ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟିସ ସଂକ୍ରମିତ ରକ୍ତ ଦିଆଯିବା ଘଟଣା ଆଜି ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ଜଣଙ୍କର ରକ୍ତ ନମୂନାର ଦ୍ୱିତୀୟ ଏଲିସା ପରୀକ୍ଷା ରିପୋର୍ଟ ଆସିଛି। ଆଶ୍ଚର୍ଯ୍ୟଜନକ ଭାବେ ୪ ଦିନ ମଧ୍ୟରେ ରକ୍ତ ପରୀକ୍ଷାର ରିପୋର୍ଟ ବଦଳି ଯାଇଛି। ଗତ ୧୨ ତାରିଖରେ ହୋଇଥିବା ପ୍ରଥମ ଏଲିସା ଟେଷ୍ଟରେ ଯେଉଁ ବ୍ୟକ୍ତିଙ୍କର ରକ୍ତନମୂନା ହେପାଟାଇଟିସ୍‌-ସି ପଜିଟିଭ୍‌ ବୋଲି ରିପୋର୍ଟ ଆସିଥିଲା ଦ୍ୱିତୀୟ ଏଲିସା ଟେଷ୍ଟରେ ତାହା ନେଗେଟିଭ୍‌ ବାହାରିଛି। ଏବେ କେଉଁ ରିପୋର୍ଟଟି ଠିକ୍‌ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଭିମ୍‌ସାର ଭଳି ଗୋଟିଏ ପ୍ରତିଷ୍ଠିତ ସଂସ୍ଥାରେ ପରୀକ୍ଷା କରାଯାଇଥିବା ରକ୍ତ ନମୂନାର ଫଳ ଭିନ୍ନ କିପରି ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

୧୨ ତାରିଖରେ କରାଯାଇଥିବା ଏଲିସା ଟେଷ୍ଟ ୫ କୋଟି ଟଙ୍କା ମୂଲ୍ୟର ଅତ୍ୟାଧୁନିକ ଅଟୋମେଟିକ୍‌ ଏଲିଜା ପ୍ରସେସର ମେସିନ୍‌ରେ ହୋଇଥିବା ବେଳେ ଆଜିର ଟେଷ୍ଟ ମାଇକ୍ରୋ ବାୟୋଲୋଜି ବିଭାଗର ବହୁ ପୁରୁଣା ମେସିନ୍‌ରେ ସମ୍ପୂର୍ଣ୍ଣ ହୋଇଛି।

ବୁର୍ଲା ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଚିତ୍ତ ରଞ୍ଜନ ପ୍ରସାଦ କହିଛନ୍ତି,“ସମ୍ପୃକ୍ତ ରୋଗୀଙ୍କ ଏଲିସା ରିପୋର୍ଟ ଆଜି ଆସିଛି। ଏଥିରେ ରିପୋର୍ଟ ନେଗେଟିଭ୍‌ ବାହାରିଛି। ତେଣୁ ସମ୍ପୃକ୍ତ ରୋଗୀ ଜଣକ ହେପାଟାଇଟିସ୍‌ରେ ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଆଜିର ରିପୋର୍ଟ ଉପରେ ବିଶ୍ୱାସ କରାଯିବ କାହିଁକି ନା ଏହି ନମୂନା ଅନ୍ୟ ଏକ ବିଭାଗର ଭିନ୍ନ ମେସିନ୍‌ରେ କରାଯାଇଛି। ଏହା ଉପରେ ଆମେ ଆହୁରି ଗବେଷଣା ଜାରି ରଖିଛୁ।”

ଏପଟେ ଘଟଣା ପଦାକୁ ଆସିବାର ତିନି ଦିନ ପରେ ମଧ୍ୟ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୂନା ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇନାହିଁ। କାହିଁକି ଏହି ପରୀକ୍ଷାରେ ବିଳମ୍ବ ହେଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ସମ୍ବଲପୁର ବିଧାୟିକା ଡା.ରାସେଶ୍ୱରୀ ପାଣୀଗ୍ରାହୀ।

ପାଣିଗ୍ରାହୀ କହିଛନ୍ତି,“ବୁର୍ଲା ବଡ ମେଡିକାଲରେ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟିସ ସଂକ୍ରମିତ ରକ୍ତ ଦିଆଯିବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ କରାଗଲା ଏନେଇ ଆମେ ଜାଣିନାହୁଁ କି ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ଅବଗତ କରାଯାଇନାହିଁ। ଏନେଇ ବୁର୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଆଗୋଚରରେ ଗଣମାଧ୍ୟମରେ ଏହାକୁ ବେଶୀ ପ୍ରାଧାନ୍ୟ ଦେଇ ପ୍ରସାରିତ କରାଗଲା। ଗଣମାଧ୍ୟମ ଏନେଇ ଚିନ୍ତା କରିବା ଉଚିତ ଥିଲା। ଏହିପରି ଏକ ସ୍ପର୍ଶକାତର ବିଷୟକୁ ଗଣମାଧ୍ୟମରେ ଜୋରସୋରରେ ପ୍ରଚାରିତ କରାଯିବା ଉଚିତ ହୋଇନାହିଁ।”

Related story