ବସ୍‌ ଓଲଟି ୩ ମୃତ, ୩୦ ଆହତ

ଆସ୍କା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଜାନିବିଲି ନିକଟରେ ଆଜି ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଜେନ୍ଦ୍ର ନାୟକ, ରାମ ନାୟକ ଓ ଗୋପାଳ ଗୌଡ଼। ରାଜେନ୍ଦ୍ରଙ୍କ ଘର ରୁଗୁମା ଗାଁରେ ହୋଇଥିବା ବେଳେ ରାମଙ୍କ ଘର ଓଲମ୍ବାରେ ଏବଂ ଗୋପାଳ ଜାନିବିଲିର ବାସିନ୍ଦା। ଆହତମାନଙ୍କୁ ଧରାକୋଟ, ଆସିକା ଓ ବ୍ରହ୍ମପୁରରେ ଭର୍ତ୍ତି କରାଯାଇଛି। ସତ୍ୟସାଇ ନାମକ […]

bus-accident

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 06:45 PM IST

ଆସ୍କା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଜାନିବିଲି ନିକଟରେ ଆଜି ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଜେନ୍ଦ୍ର ନାୟକ, ରାମ ନାୟକ ଓ ଗୋପାଳ ଗୌଡ଼। ରାଜେନ୍ଦ୍ରଙ୍କ ଘର ରୁଗୁମା ଗାଁରେ ହୋଇଥିବା ବେଳେ ରାମଙ୍କ ଘର ଓଲମ୍ବାରେ ଏବଂ ଗୋପାଳ ଜାନିବିଲିର ବାସିନ୍ଦା। ଆହତମାନଙ୍କୁ ଧରାକୋଟ, ଆସିକା ଓ ବ୍ରହ୍ମପୁରରେ ଭର୍ତ୍ତି କରାଯାଇଛି।

ସତ୍ୟସାଇ ନାମକ ଏହି ବସ୍‌ଟି ବ୍ରହ୍ମପୁରରୁ ସୋରଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ଟିରେ ପ୍ରାୟ ୫୦ ଜଣ ଲୋକ ବସିଥିଲେ।

Related story