ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ, ୩୦ ଆହତ

ଭୁବନେଶ୍ୱର/ ବିଜୟୱାଡା: ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟରେ କଲଭର୍ଟରେ ପିଟି ହୋଇ ତଳକୁ ଖସିପଡ଼ିବାରୁ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବିଜୟୱାଡା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ୮ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡ୍ରାଇଭରର ତ୍ରୁଟି ଯୋଗୁଁ ଏହି […]

bus

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 05:38 PM IST

ଭୁବନେଶ୍ୱର/ ବିଜୟୱାଡା: ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟରେ କଲଭର୍ଟରେ ପିଟି ହୋଇ ତଳକୁ ଖସିପଡ଼ିବାରୁ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବିଜୟୱାଡା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ୮ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡ୍ରାଇଭରର ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଏଥିରେ ଦୁଇ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଭୁବନେଶ୍ୱରର ବଳଦେବ ଓ ବିଦ୍ୟାପତି।

ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଦିବାକାର ଟ୍ରାଭେଲ୍ସର ବୋଲି ଜଣାପଡ଼ିଛି।  ବସ୍‌ର ନମ୍ବର ହେଲା  AP2-Tc-7146।

ଭୁବନେଶ୍ୱରରୁ ବାହାରିଥିବା ଏହି ଯାତ୍ରୀବାହୀ ବସ୍‌ଟି ବିଶାଖାପାଟଣା ଦେଇ ହାଇଦ୍ରାବାଦ ଯାଉଥିଲା। ଆଜି  ଭୋର ପ୍ରାୟ ୫ଟାରେ ବସ୍‌ଟି  ବିଜୟୱାଡା ନିକଟ ମୁଲ୍ଲାପାଡୁରେ ଏକ ନଦୀ ଉପରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ନଦୀର ଦୁଇ ପୋଲ ମଝିରେ ତଳକୁ ଖସିପଡ଼ିଥିଲା।

 

 

Related story