କ୍ୟାବିନେଟ୍‌ରେ ୨୧ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନଭେମ୍ବର ୩୦ରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆରମ୍ଭ ହେଉଥିବାରୁ ରିନ୍ୟୁଏବଲ୍‌ ଏନର୍ଜି ପଲିସି ପରି ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏସବୁ ପଲିସିକୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉନ୍ମୋଚନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଓଡ଼ିଶା ରିନ୍ୟୁଏବଲ ଏନର୍ଜିକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। […]

cabinate

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 09:22 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନଭେମ୍ବର ୩୦ରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆରମ୍ଭ ହେଉଥିବାରୁ ରିନ୍ୟୁଏବଲ୍‌ ଏନର୍ଜି ପଲିସି ପରି ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏସବୁ ପଲିସିକୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉନ୍ମୋଚନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ଓଡ଼ିଶା ରିନ୍ୟୁଏବଲ ଏନର୍ଜିକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିପାଇଁ ୨୫୦ କୋଟି ଟଙ୍କାର ଫଣ୍ଡ ସୃଷ୍ଟି କରାଯିବ। ଏହାସହ ହେଲ୍‌ଥ କେୟାର ଇନଭେଷ୍ଟମେଣ୍ଟ ପଲିସି, ହସ୍ତତନ୍ତ, ଟେକ୍ସଟାଇଲ, ଆପାରେଲ, ବାୟୋଟେକ୍‌, ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ ଓ ଖାଦ୍ୟ ପ୍ରକ୍ରିୟାକରଣ ପଲିସିକୁ ମଞ୍ଜୁରୀ ମିଳିଛି।

ଏହାସହ ଗ୍ରୀଡ଼କୋ ପାଇଁ ୧୧୦୦ କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟିକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଉଚ୍ଚଶିକ୍ଷା ପରିଷଦ ଗଠନ ହେବ। ଏ ନେଇ ଆସିବାକୁ ଥିବା ପ୍ରସ୍ତାବକୁ ଏବଂ ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ନିଲାମୀ ପାଇଁ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଏଣିକି ଲଘୁ ଖଣିଜ ଗୁଡିକର ଲିଜ୍‌ ଅବଧି ୩୦ ବର୍ଷ ପର୍ଯ୍ୟନ୍ତ ରହିବ।

Related story