ମହିଳା କ୍ୟାଡର ମାଓବାଦୀ ରାଧାର ଆତ୍ମସମର୍ପଣ

ମାଲକାନଗିରି: ଆଜିଠାରୁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବା ବେଳେ ପୋଲିସ୍‌କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା କ୍ୟାଡର ମାଓବାଦୀ ରାଧା ମାଡ଼କାମୀ। ସେ ୧୪ ବର୍ଷ ହେଲା କାଲିମେଳା ଦଳମର ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା। ତା’ ନାଁରେ ୫୦ରୁ ଅଧିକ ମାମଲା ରହିଛି। ଉଦୟଗିରି ଓ ଦାମନଯୋଡ଼ି ଆକ୍ରମଣରେ ସେ ଜଡ଼ିତ ଥିବା କୁହାଯାଇଛି। ତାକୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ […]

radha

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 03:01 PM IST

ମାଲକାନଗିରି: ଆଜିଠାରୁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବା ବେଳେ ପୋଲିସ୍‌କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା କ୍ୟାଡର ମାଓବାଦୀ ରାଧା ମାଡ଼କାମୀ। ସେ ୧୪ ବର୍ଷ ହେଲା କାଲିମେଳା ଦଳମର ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା। ତା’ ନାଁରେ ୫୦ରୁ ଅଧିକ ମାମଲା ରହିଛି। ଉଦୟଗିରି ଓ ଦାମନଯୋଡ଼ି ଆକ୍ରମଣରେ ସେ ଜଡ଼ିତ ଥିବା କୁହାଯାଇଛି। ତାକୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା।

ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁସାରେ ରାଧାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି।

ରାଧାର ଆତ୍ମସମର୍ପଣ ମାଓବାଦୀଙ୍କୁ ଏକ ଶକ୍ତ ଝଟକା ବୋଲି କୁହାଯାଉଛି।

ଗତ ୨୧ ତାରିଖରେ ୫ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ।

Related story