ନବଜାତ ମୃତ୍ୟୁହାରରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବଜାତ ମୃତ୍ୟୁହାରରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର। ଏହାସହ ଶିଶୁ ମୃତ୍ୟୁହାରରେ ତୃତୀୟ ସ୍ଥାନରେ ରହିଛି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହା କୁହାଯାଇଛି। ରାଜ୍ୟରେ ଶିଶୁ ଓ ନବଜାତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଭିତ୍ତିଭୂମି ଓ ମାନବ ସମ୍ବଳ ନଥିବାରୁ ଶିଶୁ ମୃତ୍ୟୁ ବଢୁଥିବା ରିପୋର୍ଟରେ ଦର୍ଶା ଯାଇଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଆବଶ୍ୟକ ଯନ୍ତ୍ରପାତି ଓ ଜୀବନ ରକ୍ଷାକାରୀ ଔଷଧର ଅଭାବ ଥିବା ରିପୋର୍ଟରେ ଦର୍ଶାଯାଇଛି। […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 09:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବଜାତ ମୃତ୍ୟୁହାରରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର। ଏହାସହ ଶିଶୁ ମୃତ୍ୟୁହାରରେ ତୃତୀୟ ସ୍ଥାନରେ ରହିଛି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହା କୁହାଯାଇଛି। ରାଜ୍ୟରେ ଶିଶୁ ଓ ନବଜାତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଭିତ୍ତିଭୂମି ଓ ମାନବ ସମ୍ବଳ ନଥିବାରୁ ଶିଶୁ ମୃତ୍ୟୁ ବଢୁଥିବା ରିପୋର୍ଟରେ ଦର୍ଶା ଯାଇଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଆବଶ୍ୟକ ଯନ୍ତ୍ରପାତି ଓ ଜୀବନ ରକ୍ଷାକାରୀ ଔଷଧର ଅଭାବ ଥିବା ରିପୋର୍ଟରେ ଦର୍ଶାଯାଇଛି।

୨୦୧୫ ଅଗଷ୍ଟରେ ଦୁଇ ସପ୍ତାହ ମଧ୍ୟରେ କଟକ ଶିଶୁ ଭବନରେ ପ୍ରାଣ ହରାଇଥିଲେ ୫୦ରୁ ଅଧିକ ନବଜାତ ଓ ଶିଶୁ। କେବଳ ନବଜାତ ଓ ଶିଶୁଙ୍କ ଚିକିତ୍ସା ଲାଗି ଉଦ୍ଦିଷ୍ଟ ଶିଶୁଭବନରେ ଏଭଳି ଶିଶୁ ମୃତ୍ୟୁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ୨୦୧୬ ବର୍ଷର ରିପୋର୍ଟରେ ଏହାକୁ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିଛନ୍ତି ସିଏଜି। ଶିଶୁମୃତ୍ୟୁ ପାଇଁ ମାନବ ସମ୍ବଳ ଓ ଭିତ୍ତିଭୂମିର ଅଭାବକୁ ଦର୍ଶାଇଛନ୍ତି ସିଏଜି। କଟକ ଶିଶୁଭବନରେ ୬୨ ପ୍ରତିଶତ ଡାକ୍ତର ଏବଂ ୧୦ ପ୍ରତିଶତ ନର୍ସ ପଦବୀ ଖାଲି ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

କେବଳ ଶିଶୁଭବନ ନୁହେଁ ରାଜ୍ୟର ସବୁ ହସପିଟାଲରେ ନବଜାତକ ଓ ଶିଶୁଙ୍କ ଚିକିତ୍ସା ଲାଗି ଆବଶ୍ୟକ ବ୍ୟବସ୍ଥା ନାହିଁ ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଅଡିଟ୍ ହୋଇଥିବା ହସ୍ପିଟାଲରେ ନବଜାତକଙ୍କ ପାଇଁ ଆବଶ୍ୟକ ନବଜାତ ଯତ୍ନ ଓ୍ୱାର୍ଡ ଏବଂ ଷ୍ଟେପ୍ ଡାଉନ୍ ୟୁନିଟ୍ ନଥିବା ଜଣାପଡିଛି। ସେହିପରି ଅଧିକାଂଶ ମେଡିକାଲରେ ମାନବ ସମ୍ବଳର ଅଭାବକୁ ସ୍ୱତନ୍ତ୍ର ଭାବେ ଦର୍ଶାଯାଇଛି। ଅଡ଼ିଟ୍ କରାଯାଇଥିବା ୧୦ଟି ମେଡିକାଲର ଏସ୍‌ଏନ୍‌ସିୟୁରେ ୩୧୫ଜଣ ନର୍ସ ଆବଶ୍ୟକ ଥିବା ବେଳେ ମାତ୍ର ୯୯ ଜଣ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସ୍‌ଏନ୍‌ସିୟୁରେ କୌଣସି ଡାକ୍ତରଙ୍କୁ ନିଯୁକ୍ତ ଦିଆଯାଇନାହିଁ।

Related story