କାଷ୍ଟିଂ କାଉଚ୍‌ ମାମଲା: ପପୁ ପମ୍‌ପମ୍‌ଙ୍କ ଘରେ ନୋଟିସ୍‌ ଲଗାଇଲା ପୋଲିସ୍‌

ଭୁବନେଶ୍ୱର: ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କ ଭୁବନେଶ୍ୱର ସ୍ଥିତ ଜଗନ୍ନାଥବିହାର ଘରେ ଗତକାଲି ରାତିରେ ମହିଳା ଥାନା ପୋଲିସ୍ ନୋଟିସ୍‌ ଲଗାଇଛି। ଜୁଲାଇ ୭ ତାରିଖରେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଭାରତୀୟ ଦଣ୍ଡବିଧି ଆଇନର ୪୧-କ ଧାରା ଅନୁଯାୟୀ ଏହି ନୋଟିସ୍‌ ଲଗାଯାଇଛି। ନୋଟିସ୍‌ରେ ପପୁଙ୍କ ବିରୋଧରେ ହୋଇଥିବା ମକଦ୍ଦମା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପପୁଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ […]

papu house..

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 12:54 PM IST

ଭୁବନେଶ୍ୱର: ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କ ଭୁବନେଶ୍ୱର ସ୍ଥିତ ଜଗନ୍ନାଥବିହାର ଘରେ ଗତକାଲି ରାତିରେ ମହିଳା ଥାନା ପୋଲିସ୍ ନୋଟିସ୍‌ ଲଗାଇଛି। ଜୁଲାଇ ୭ ତାରିଖରେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଭାରତୀୟ ଦଣ୍ଡବିଧି ଆଇନର ୪୧-କ ଧାରା ଅନୁଯାୟୀ ଏହି ନୋଟିସ୍‌ ଲଗାଯାଇଛି। ନୋଟିସ୍‌ରେ ପପୁଙ୍କ ବିରୋଧରେ ହୋଇଥିବା ମକଦ୍ଦମା ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ପପୁଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜୋନ୍‌-୧ ଏସିପିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ଘରେ ମଧ୍ୟ ନୋଟିସ୍‌ ଲଗାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

Related story