ଅର୍ଥଶାସ୍ତ୍ର ରଚୟିତା ଓ ଜଣେ ଦାର୍ଶନିକ ଭାବେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟଙ୍କ ଜ୍ଞାନ ଅସୀମ। ତାଙ୍କ ଭିତରେ ଥିବା ଜ୍ଞାନକୁ ସେ ନିଜ ଭିତରେ ସୀମିତ ନରଖି ପୁସ୍ତକରେ ଲେଖି ଆଗାମୀ ପୀଢିକୁ ଉପଦେଶ ଦେଇଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ବିତାଇବାରେ ସାହାଯ୍ୟ କରେ। ଆଚାର୍ଯ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ତାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶ ସଂପର୍କରେ।
- କହିବା ପୂର୍ବରୁ ଶୁଣନ୍ତୁ। ଶୁଣିବା ଦ୍ୱାରା ଜ୍ଞାନ ବୃଦ୍ଧି ହୁଏ।
- ଧନବାନ ଓ ପଇସା ଥିବା ବ୍ୟକ୍ତିଙ୍କର ମିତ୍ର ସଂଖ୍ୟା ଅଧିକ। ସେମାନଙ୍କୁ ସମାଜ ପଣ୍ଡିତ ବୋଲି ସମ୍ବୋଧନ କରେ।
- ଲୋଭୀ ଲୋକକୁ ଉପହାର ଦେଇ ସନ୍ତୁଷ୍ଟ କରନ୍ତୁ। କୋଠର ହୃଦୟ ବ୍ୟକ୍ତିକୁ ହାତ ଯୋଡି, ମୁର୍ଖକୁ ସମ୍ମାନ ଦେଇ ଓ ଏକ ବିଦ୍ୱାନ ଲୋକକୁ ସତ କହି ସନ୍ତୁଷ୍ଟ କରନ୍ତୁ।
- ଏକ ବେକାର ରାଜ୍ୟର ରାଜା ହେବା ଠାରୁ ଭଲ, ସେ କୌଣସି ରାଜ୍ୟର ରାଜା ନହେବା।
- ଏକ ପାପିର ମିତ୍ର ହେବାରୁ ଭଲ, ଏକଲା ରହିବା।
- କୁକୁର ଠାରୁ ଏହି ସବୁ ଶିଖିପାରିବେ ଭୋକରେ ଥିବାବେଳେ ଯେତିକି ଖାଦ୍ୟ ମିଳିଲେ ମଧ୍ୟ ସନ୍ତୁଷ୍ଟ ରହିବା, ଗଭୀର ନିଦରେ ମଧ୍ୟ କ୍ଷଣକରେ ଉଠିଯିବା। ସର୍ବଦା ସଚ୍ଚୋଟ ରହିବା ଓ ନିର୍ଭୟରେ ଜୀବନ ବିତାଇବା
- ଗଧ ଠାରୁ ତିନିଟି କଥା ଶିଖି ହେବ ପ୍ରଥମ - ନିଜ ବୋଝକୁ ନିଜେ ବୋହିବା, କୌଣସି କଥାର ଚିନ୍ତା ନକରିବା ଏବଂ ସର୍ବଦା ସନ୍ତୁଷ୍ଟ ରହିବା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।