ଟ୍ରେନିଂ ବେଳେ ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତା ଅବରୋଧ

ଭୁବନେଶ୍ୱର: ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ଟେନିଂ ବେଳେ ଆଜି ସକାଳେ ଲକ୍ଷ୍ମୀନାରାୟଣ ପ୍ରଧାନ ନାମକ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ କ୍ୟାମ୍ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯବାନମାନେ କ୍ୟାମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ। ଆଜି ସକାଳେ ଟ୍ରେନିଂ ଚାଲିଥିବା ବେଳେ ଲକ୍ଷ୍ମୀନାରାୟଣ ଅଚେତ ହୋଇ ଯାଇଥିଲେ। ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସୁସ୍ଥତା ସତ୍ତ୍ୱେ ଲକ୍ଷ୍ମୀନାରାୟଣଙ୍କୁ ଟ୍ରେନିଂ କରିବାକୁ କୁହାଯାଇଥିଲା ଓ ଅଚେତ ହୋଇଯିବା […]

sog

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 06:40 PM IST

ଭୁବନେଶ୍ୱର: ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ଟେନିଂ ବେଳେ ଆଜି ସକାଳେ ଲକ୍ଷ୍ମୀନାରାୟଣ ପ୍ରଧାନ ନାମକ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ କ୍ୟାମ୍ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯବାନମାନେ କ୍ୟାମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ।

ଆଜି ସକାଳେ ଟ୍ରେନିଂ ଚାଲିଥିବା ବେଳେ ଲକ୍ଷ୍ମୀନାରାୟଣ ଅଚେତ ହୋଇ ଯାଇଥିଲେ। ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସୁସ୍ଥତା ସତ୍ତ୍ୱେ ଲକ୍ଷ୍ମୀନାରାୟଣଙ୍କୁ ଟ୍ରେନିଂ କରିବାକୁ କୁହାଯାଇଥିଲା ଓ ଅଚେତ ହୋଇଯିବା ପରେ ପ୍ରାଥମିକ ଚିକିତ୍ସା ଦେବାରେ ବିଳମ୍ବ କରାଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କ୍ୟାମ୍ପର ଅନ୍ୟ ଯବାନମାନେ ଅଭିଯୋଗ କରିଛନ୍ତି।

ଅସୁସ୍ଥତା ସତ୍ତ୍ୱେ ଲକ୍ଷ୍ମୀନାରାୟଣଙ୍କୁ ଟ୍ରେନିଂ କରିବାକୁ ବାଧ୍ୟ କରିଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯବାନମାନେ ଦାବି କରିଛନ୍ତି। କ୍ୟାମ୍ପରେ ଟ୍ରେନିଂ ନେଉଥିବା ୨୨୦ ଯବାନ କ୍ୟାମ୍ପ ଗେଟ୍‌ରେ ତାଲା ପକାଇବା ସହ ରାସ୍ତାରେ ଗଛ ଡାଳ ପକାଇ ଅବରୋଧ କରିଥିଲେ।

ଆଇଜି ଅପରେସନ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, “ଯବାନ ଜଣଙ୍କ ୧୦ କି.ମି. ଦୌଡ଼ି ଥିଲେ। ସେ ନିର୍ଦ୍ଧାରିତ ସମୟଠାରୁ କମ ସମୟରେ ଦୌଡ଼ ଶେଷ କରିଥିଲେ। ଦୌଡ଼ ଶେଷ କରିବା ପରେ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏମ୍‌ଆଇ ରୁମ୍‌କୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।”

ଅସୁସ୍ଥ ଥିବା ଲକ୍ଷ୍ମୀନାରାୟଣ କହିବା ସତ୍ତ୍ୱେ ତାଙ୍କୁ ଟ୍ରେନିଂ ଦିଆଯାଇଥିବା ଅଭିଯୋଗକୁ ଆଇଜି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଗତ ସପ୍ତାହରେ ସେ ଅସୁସ୍ଥ ଥିବା କହିଥିଲେ, ତାଙ୍କୁ ଟ୍ରେନିଂରେ ସାମିଲ କରାଯାଇ ନ ଥିଲା। ଆଜି ସେ ଅସୁସ୍ଥ ଥିବା ସମ୍ପର୍କରେ କିଛି କହି ନ ଥିଲେ। ଆଇନ ଅନୁସାରେ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସର୍ହାତା ଯୋଗାଇ ଦିଆଯିବ।”

Related story