ଅନୁଗୋଳ: ପରା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୋଳ: ଜରପଡା ଥାନା ପରା ଗାଁରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତ ଚାଷୀ ଜଣଙ୍କ ହେଲେ ଦଣ୍ଡଧର ଦେହୁରୀ। ମରୁଡି ଓ ଫସଲହାନି ଚିନ୍ତାରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ମୃତ ଚାଷୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଋଣ ଓ ହାତଉଧାରି କରି ଦଣ୍ଡଧର ଚାଷ କରିଥିଲେ। […]

angul

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 01:07 PM IST

ଅନୁଗୋଳ: ଜରପଡା ଥାନା ପରା ଗାଁରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତ ଚାଷୀ ଜଣଙ୍କ ହେଲେ ଦଣ୍ଡଧର ଦେହୁରୀ। ମରୁଡି ଓ ଫସଲହାନି ଚିନ୍ତାରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।

ମୃତ ଚାଷୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଋଣ ଓ ହାତଉଧାରି କରି ଦଣ୍ଡଧର ଚାଷ କରିଥିଲେ। ତେବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛିଦିନ ହେବ ସେ ଚିନ୍ତିତ ଥିଲେ। ଏ ନେଇ ଗତ ୧୯ ତାରିଖରେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story