ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରମିଳାଙ୍କୁ ଝଟକା: ଦାୟିତ୍ୱହୀନ ମନ୍ତବ୍ୟ ନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ଚାଷୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ବିଧାୟିକା ପ୍ରମିଳାଙ୍କୁ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ତାଗିଦ କରିଛନ୍ତି। ଗତକାଲି ପ୍ରମିଳା ଚାଷୀଙ୍କୁ ଅମର ଲଡୁ ଦେବାକୁ କହିଥିଲେ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ବିଜେପି ନେତ୍ରୀ ସୁରମା ପାଢୀ ବିଜେଡି ସରକାର ଅମର […]

pramila-mallick

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 01:04 PM IST

ଭୁବନେଶ୍ୱର: ଚାଷୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ବିଧାୟିକା ପ୍ରମିଳାଙ୍କୁ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ତାଗିଦ କରିଛନ୍ତି। ଗତକାଲି ପ୍ରମିଳା ଚାଷୀଙ୍କୁ ଅମର ଲଡୁ ଦେବାକୁ କହିଥିଲେ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ବିଜେପି ନେତ୍ରୀ ସୁରମା ପାଢୀ ବିଜେଡି ସରକାର ଅମର ଲଡୁ ଯୋଜନା ଆରମ୍ଭ କରିବାକୁ କହିଛନ୍ତି । ସେହିପରି ପ୍ରଦେଶ କଂଗ୍ରେସର ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରମିଳାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ତାଗିଦ ସମ୍ପର୍କରେ ପ୍ରମିଳାଙ୍କୁ ପଚରାଯିବାରେ ସେ ଏହାକୁ ଅସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ କି ତାଙ୍କ କାର୍ଯ୍ୟାଳୟରୁ ତାଙ୍କୁ କେହି କିଛି ଜଣାଇ ନାହାନ୍ତି ବୋଲି ସେ କହିଛନ୍ତି।

Related story