ଚାଷୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ ବରଗଡ ଦେବାହାଲ ଗ୍ରାମରେ ପହଞ୍ଚି ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ଚାଷୀ ବଞ୍ଚାଅ ପଦଯାତ୍ରାର ଆରମ୍ଭ କରିଥିଲେ । ଦେବାହାଲ ଓ ରେଙ୍ଗାଲି ସାଧାରଣ ସଭାରେ ରାହୁଲ ଉଦବୋଧନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ କଥା ଶୁଣୁ […]

rahul

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 02:45 PM IST

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ ବରଗଡ ଦେବାହାଲ ଗ୍ରାମରେ ପହଞ୍ଚି ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ଚାଷୀ ବଞ୍ଚାଅ ପଦଯାତ୍ରାର ଆରମ୍ଭ କରିଥିଲେ । ଦେବାହାଲ ଓ ରେଙ୍ଗାଲି ସାଧାରଣ ସଭାରେ ରାହୁଲ ଉଦବୋଧନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ କଥା ଶୁଣୁ ନ ଥିବା କହିଛନ୍ତି । ଦେଶରେ ଦିନକୁ ଦିନ ଚାଷୀଙ୍କ ସ୍ଥିତି ଗୁରୁତର ହେଉଥିବା ବେଳେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜମି ଛଡା ଜଣେ ଚାଷୀ ପାଖରେ ଆଉ କିଛି ନାହିଁ । ମାତ୍ର କେନ୍ଦ୍ରର ଏନଡିଏ ସରକାର ଚାଷୀଙ୍କ ପାଖରୁ ସେତକ ବି ଛଡାଇ ନେବାକୁ ଚେଷ୍ଟା ଚଳାଇଛି। ଏପଟେ କେନ୍ଦ୍ର ସହ ରାଜ୍ୟ ସରକାର ହାତ ମିଳାଇଥିବା ସେ ଅଭିଯୋଗ କରିଛନ୍ତି। ଚିଟଫଣ୍ଡ ଠକେଇ ଘଟଣାରେ ରାଜ୍ୟ ସରକାର କେନ୍ଦ୍ର ସହ ମିଶି ଯାଇଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, କଂଗ୍ରେସ ସବୁ ବେଳେ ଚାଷୀ ଓ ଶ୍ରମିକଙ୍କ ସହ ରହିଛି ଓ ରହିବ। ଏନଡିଏ ସରକାର ଦେଶର ଚାଷୀଙ୍କୁ ଅଣଦେଖା କରୁଛି। କୃଷକଙ୍କ ଜମି ଛଡାଇ ନେବାକୁ ମୋଦି ସରକାର ଉଦ୍ୟମ କରୁଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ଜମି ଅଧିଗ୍ରହଣ ବିଲ ଆଣିଥିଲୁ। ଏଥିରେ ୩ଟି ପ୍ରସଙ୍ଗ ମୁଖ୍ୟ ଥିଲା । ଚାଷୀଙ୍କଠାରୁ ଜମି ନିଆଗଲେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ। ଚାଷୀଙ୍କ ବିନା ସହମତିରେ ଜମି କେହି ନ ପାରିବେ ନାହିଁ ଓ କେବଳ ଚାଷୀ ନୁହଁ ଉକ୍ତ ଜମି ଉପରେ ନିର୍ଭର କରୁଥିବା ଶ୍ରମକମାନଙ୍କୁ ମଧ୍ୟ କ୍ଷତିପୂରଣ ମିଳିବା ଦରକାର। ହେଲେ ମୋଦି ସରକାର ଏହାକୁ ବଦଳାଇବାକୁ ଚାହୁଁଛନ୍ତି। ଚାଷୀଙ୍କଠାରୁ ଜମି ଛଡାଇ ନେଇ ଶିଳ୍ପପତିଙ୍କୁ ଦେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ଚାହିଁଲେ ଚାଷୀଙ୍କ ପାଖରୁ ଜମି ନେଇଯିବେ ଏଥିପାଇଁ ଚାଷୀଙ୍କୁ ପଚାରିବାର ଆବଶ୍ୟକତା ନାହିଁ। ଚାଷୀଙ୍କଠାରୁ ନିଆଯାଇଥିବା ଜମିରେ ୫ବର୍ଷ ମଧ୍ୟରେ କୌଣସି ଶିଳ୍ପ ପ୍ରତିଷ୍ଠା ନ ହେଲେ ପରବର୍ତ୍ତି ସମୟରେ ଉକ୍ତ ଜମିକୁ ଆଉ ଚାଷୀଙ୍କୁ ଫେରାଯିବ ନାହିଁ । ଅଧିଗ୍ରହଣ ହେଉଥିବା ଜମି ଉପରେ ନିର୍ଭର କରୁଥିବା ଶ୍ରମିକଙ୍କୁ କୌଣସି ପ୍ରକାର କ୍ଷତିପୂରଣ ଦିଆ ନ ଯିବାକୁ ମୋଦି ସରକାର ଉଦ୍ୟମ କରିଥିଲେ। ଯାହାକୁ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯିବାରୁ ଏନଡିଏ ସରକାର ୟୁଟର୍ନ ମାରିଥିଲେ। ଭ୍ରଷ୍ଟାଚାର ପ୍ରସଙ୍ଗରେ ମୋଦି ଜୀ ମୁହଁ ଖୋଲୁନାହାନ୍ତି । ଏପଟେ ରାଜ୍ୟକୁ ପ୍ରଚୁର ଅର୍ଥ ଯୋଗାଇ ଦିଆଯାଉଛି। ହେଲେ ବିଜେଡି ସରକାର ଏହାକୁ ମାନିବାକୁ ନାରାଜ। ଏହି ସରକାର ଏଠାରେ ଜଙ୍ଗଲ, ମାଇନ୍ସ ନେଉଛନ୍ତି। ଗରିବ, କୃଷକ, ଆଦିବାସୀ, ଦଳିତ ଜମିହରା ହେଉଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଉନ୍ନତି କଥା ଚିନ୍ତା କରୁନାହାନ୍ତି ବୋଲି ରାହୁଲ କହିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରାଜ୍ୟରେ ଚାଷୀଙ୍କ ପାଇଁ ଯଦି କିଏ କିଛି କରିଛି ତେବେ ତାହା ବିଜେଡି ସରକାର କରିଛି । ମହାରାଷ୍ଟ୍ରରେ ୭ବର୍ଷ ତଳେ ଦେଖା ଦେଇଥିବା ମରୁଡି ପରିସ୍ଥିତିକୁ ନେଇ ରାହୁଲ ପାର୍ଲାମେଣ୍ଟରେ ଭାଷଣ ଦେଇଥିଲେ। ମନମୋହନ ସିଂଙ୍କ ସରକାର ୧୫ହଜାର କୋଟି ଟଙ୍କା ଛାଡ କରିଥିଲେ। ଏହାଦ୍ୱାରା କ’ଣ ଚାଷୀ ମୃତ୍ୟୁ ବନ୍ଦ ହୋଇଯାଇଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଉପା ସରକାରଙ୍କ ୧୦ବର୍ଷ ଶାସନ କାଳରେ ସାର ସବସିଡ ଦେଶରୁ ଉଠାଇ ଦିଆଗଲା। ଏହି ସରକାର ଚାଷୀଙ୍କ ହିତ ପାଇଁ ବହୁ କଥା କହିଲେ, ହେଲେ ଗୋଟିଏ ବି କାମରେ କରି ଦେଖାଇଲେ ନାହିଁ । ବିଜେଡି ସରକାର ରାଜ୍ୟର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ କରୁଛି। ବିଜୁ କୃଷକ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ରାଜ୍ୟର ସରକାର ଚାଷୀଙ୍କ ହିତ ଦେଖୁ ନାହାନ୍ତି ବୋଲି କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ଗ୍ରହଣ ଯୋଗ୍ୟ ନୁହେଁ। କେବଳ ଗଣମାଧ୍ୟମରେ ଆସିବା ପାଇଁ ଏସବୁ କରାଯାଉଛି। ଚିଟଫଣ୍ଡ କଥା କଂଗ୍ରେସ ଉଠାଉଛି। କେତେ ଥର ଏ କଥା ଉଠାଇ ରାଜରାସ୍ତାକୁ ଆସିଥିଲା ଏହି ଦଳ ବୋଲି ସେ କହିଛନ୍ତି। କେବଳ ମିଡିଆ ପ୍ରଚାର, ସ୍ଥିତିକୁ ରାଜନୀତି କରଣ ଓ ଦୋଷାରୋପ କରିବା ଛଡା ଆଉ କିଛି ନୁହଁ ବୋଲି ପ୍ରତାପ ଦେ କହିଛନ୍ତି ।

ସେହିପରି ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଯେଉଁ ଦଳ ୫ ଦଶନ୍ଧି ଧରି ଦେଶକୁ ଶାସନ କଲା ସେହି ଦଳ ଏବେ କହୁଛି ଦେଶର ବିକାଶ ଉପରେ ପ୍ରଶ୍ନ ଉଠାଉଛି। ଦେଶର କୃଷକ, ଶ୍ରମିକଙ୍କ ପ୍ରତି ଯଦି କୌଣସି ଦଳ ଅଧିକ ପ୍ରତାରିତ କରିଛି ସେ ହେଉଛି କଂଗ୍ରେସ ଦଳ। ଏହି ଦଳ ଉପରୁ ଲୋକଙ୍କ ଭରସା ଉଠି ଯାଇଛି। ସେଥିପାଇଁ ତ ୨୦୧୪ ସାଧାରଣ ନିର୍ବାଚନରେ ସବୁଠୁ କମ୍ ଭୋଟ୍ ପାଇଥିଲା ଏହି ଦଳ। ରାହୁଲ ଗାନ୍ଧୀ ଏ ବିଷୟରେ ଜାଣିବା ଦରକାର। ଯଦି ଜାଣି ନାହାନ୍ତି ତା’ହେଲେ ସେ ଆତ୍ମ ସମୀକ୍ଷା କରିବା ଆବଶ୍ୟକ।

Related story